ଆର୍‌ବି ହାଇ ସ୍କୁଲ ପ୍ଲାଟିନମ୍ ଜୁବିଲି ସ୍ମରଣିକା ନିମିତ୍ତ ଲେଖା ଆବଶ୍ୟକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବିଲି ଡିସେମ୍ବର ଶେଷ ସୁଦ୍ଧା ପାଳିତ ହେବ ବୋଲି ସ୍ଥିର ହୋଇଛି । ଏ ଉପଲକ୍ଷେ ଏକ ଭବ୍ୟ ଓ ତଥ୍ୟାତ୍ମକ ସ୍ମରଣିକା ପ୍ରକାଶିତ ହେବ । ବୋଡ଼ା ସମ୍ବରର କଳା, ସାହିତ୍ୟ, ସଂସ୍କୃତି, ଇତିହାସ, ଶିକ୍ଷା ସ୍ଵାସ୍ଥ୍ୟ, ଗମନା ଗମନ, ପର୍ବ ପାର୍ବଣ, ଦର୍ଶନୀୟ ସ୍ଥାନ, ଜୀବନ ଜୀବିକା ଆଦି ପ୍ରସଙ୍ଗ ଉପରେ ଗବେଷଣାଧର୍ମୀ ବିଦ୍ୟାଳୟର ସ୍ମୃତି ଅନୁଭୁତି ମୂଳକ ଲେଖା ଆବଶ୍ୟକ । ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ନିଜ ଲେଖା ଆସନ୍ତା ୩୧ ଅକ୍ଟୋବର ୨୦୨୧ ସୁଦ୍ଧା ସ୍ମରଣିକା କମିଟୀର ଆବାହକ [email protected] ଠିକଣାରେ ପଠାଇବାକୁ ଏବଂ ବିଶେଷ ବିବରଣୀ ପାଇଁ ଏହି ମୋବାଇଲ ନମ୍ବର ୮୮୯୫୯୧୬୬୭୪ରେ ଯୋଗାଯୋଗ କରିବାକୁ ସ୍ମରଣିକା କମିଟୀ ଆବାହକ ଡକ୍ଟର ମାନଭଞ୍ଜନ ପ୍ରଧାନ ଏବଂ ପ୍ଲାଟିନମ ଜୁବିଲି ସଂପାଦକ ଡକ୍ଟର ବିରଞ୍ଚି ସାହୁ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.