oom

ଗୁରୁତର ଅଭିଯୋଗ : ପାଇପ ଲାଇନ କାମରେ ଠିକାଦାରଙ୍କ ଅବହେଳା ଯୋଗୁଁ ଦବିଗଲା ଟ୍ରକ ଚକା

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଅନ୍ତର୍ଗତ ଘୁନସର ଗ୍ରାମର ପିଇବା ପାଣି ଯୋଗାଣ ଆଳରେ ଠିକାଦାର ସବୁ ଗାଁର ରସ୍ତେ ଖୋଲି ଦେଇ ଯେମିତି ସେମିତି ପାଇପ୍ ପୋତି ଅଧାପନ୍ତରିଆ ଭାବରେ କାମ କରି ଦେଇ ଅଭିଯୋଗ ହେଉଛି ସହ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଅନୁସାରେ ଆଗରୁ ଗାଁ ରାସ୍ତାର ଅବସ୍ଥା ଯାହା ଥିଲା ସେଥିରେ ଗାଁ ଲୋକେ ଯାତାୟାତ କରୁଥିଲେ କିନ୍ତୁ ବର୍ଷା ଋତୁରେ ଗାଁ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିଲା । ତେବେ ଆଜି ଘୁନସରରୁ ବେଲଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଜଗନ୍ନାଥ ମନ୍ଦିର ନିକଟରେ ଏହି ପାଇପ ପୋତା ଖାଲ ଯୋଗୁଁ ପଞ୍ଚାୟତକୁ ଆସୁଥିବା ପିଡିଏସ୍ ଚାଉଳ ବୋଝେଇ ଟ୍ରକ୍ ଦବି ଯାଇଥିଲା ଯାହା ଫଳରେ ରାସ୍ତାଟି ଦୁଇପଟରୁ ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିବା ସୂଚନା ମିଳିଛି । ଦୀର୍ଘ ଘଣ୍ଟା ପରିଶ୍ରମ ପରେ ମଧ୍ୟ ବିଫଳ ହୋଇ ଚାଉଳ ବସ୍ତାକୁ ଜଗି ରହିବା ପାଇଁ ଜଣେ ସହଯୋଗିଙ୍କୁ ଛାଡି ଡ୍ରାଇଭର ବି ଚାଲିଗଲେ କିନ୍ତୁ ଏବେ ଯା’ ଆସ କରୁଥିବା ଲୋକଙ୍କ ସମସ୍ୟା ବଢିଯାଇଛି । ଲୋକେ ଏହି ମୁଖ୍ୟ ରାସ୍ତା ଅବରୋଧ ହେବା ଫଳରେ ଅସୁବିଧାର ସମ୍ମୁଖିନ ହେଉଥିବା ନଜରକୁ ଆସିଛି । ତେବେ ଗ୍ରାମବାସୀ ଠିକାଦାରଙ୍କ ଏଭଳି ମନମୁଖି କାର୍ଯ୍ୟ ତଥା ଅତ୍ୟନ୍ତ ନିମ୍ନ ମାନର କାମକୁ ନିନ୍ଦା କରିବା ସହ ଏହି ପାଇପ କାମ ଓ ରାସ୍ତା କାମ୍ ଠିକ୍ ଭାବରେ କରିପାରୁନଥିବା ବେଳେ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେଇ କାର୍ଯ୍ୟନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.