pakka

ପ୍ରାଥମିକ ଶିକ୍ଷାରେ ଗ୍ରାମ ପଞ୍ଚାୟତର ଭୂମିକା କାର୍ଯ୍ୟକ୍ରମ

bbehera

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ତରଫରୁ ମଦନପୁର ଓ ମାନେକେରା ଗ୍ରାମ ପଞ୍ଚାୟତର ୨୦ ଜଣ ୱାର୍ଡ ମେମ୍ବର ଓ ଅଙ୍ଗନୱାଡ଼ି କର୍ମୀମାନଙ୍କ ୩ ଦିନିଆ ତାଲିମ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲା ପରିଷଦ ସଦସ୍ୟ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ଦ୍ଵୀପ ପ୍ରଜ୍ବଳନ କରି ଶୁଭ ଉଦ୍‌ଘାଟନ କରିଥିଲେ ଓ ସମ୍ମାନିତ ଅତିଥି ଭାବେ ରାଜେଶ ଧଙ୍ଗଡା ମାଝୀ ଯୋଗଦେଇଥିଲେ । ଏସ୍‌ଆଇଆର୍‌ଡି ତରଫରୁ ତାଲିମ ପ୍ରାପ୍ତ ୨ ଜଣ ସାଧନ କର୍ମୀ ଶ୍ରୀମତୀ ସବିତା ଓ କୃଷ୍ଣ ଚନ୍ଦ୍ର ରାଉତ ଯୋଗଦେଇଛନ୍ତି । ମହାଶକ୍ତି ଫାଉଣ୍ଡେସନର କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ ସଭାପତିତ୍ୱ କରିଥିଲେ ଓ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉକ୍ତ ତାଲିମରେ ପ୍ରାଥମିକ ଶିକ୍ଷାରେ ଗ୍ରାମ ପଞ୍ଚାୟତର ଭୂମିକା, ଶିକ୍ଷା ଅଧିକାର, ଶିଶୁ ଅଧିକାର ଓ ଶିଶୁ ସୁରକ୍ଷା ଆଇନ ସମ୍ବନ୍ଧରେ ଆଲୋଚନା କରିବା ପାଇଁ ପ୍ରକାଶ ଚନ୍ଦ୍ର ସାହୁ ସୂଚନା ଦେଇଥିଲେ । ଅନୁଷ୍ଠାନର ଯତୀଶ ନାୟକ, ନମିତା ପୁଝାରୀ, ବଂଶୀଧର ରଣା ଓ ନିତ୍ୟାନନ୍ଦ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

16 − 10 =

error: Content is protected !!