csstore

ସର୍ଗିଜୁରୀଠାରେ ବିଜେପିର ଅଟଳ ବିହାରୀଙ୍କ ତିରୋଧାନ ଦିବସ ପାଳିତ : ବିଜେଡି ସମିତି ସଭ୍ୟଙ୍କ ସମେତ ଶତାଧିକ ଯୁବକ ବିଜେପିରେ ସାମିଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ ସର୍ଗିଜୁରୀ ଗ୍ରାମଠାରେ ଭାରତୀୟ ଜନତାପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ବରିକେଲ ମଣ୍ଡଳ ସଭାପତି ସୌକିଲାଲ ସାହାଙ୍କ ନେତୃତ୍ୱରେ ଓ ଜିଲ୍ଲା ଉପସଭାପତି ସରୋଜ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ, ପଦ୍ମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ କୁମରମଣି ନାଏକ, ଜିଲ୍ଲା ସମ୍ପାଦିକା ତଥା ସମିତି ସଭ୍ୟ ଶ୍ରୀମତୀ ସରସ୍ଵତୀ ସାହୁ, ଯୁବ ମୋର୍ଚ୍ଚା ରାଜ୍ୟ ସଂପାଦକ ପ୍ରୀତେଶ ବହିଦାର, ଯୁବ ମୋର୍ଚ୍ଚା ସଂପାଦିକା କୁମାରୀ ଅର୍ଚ୍ଚନା ବାଗ, ଆଦିବାସୀ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ଭୁଏ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀକାନ୍ତ ମିଶ୍ର, ହରିହର ସାହୁ ଆଦି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀ ସମୟରେ ଦେଶରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, ପରମାଣୁ ବୋମା ପରୀକ୍ଷଣ ଓ ମହିଳା ସେଲ୍‌ଫେଲ୍‌ ଗ୍ରୁପକୁ ପ୍ରୋତ୍ସାହନ ଦିଆଯାଇଥିଲା ବୋଲି ବକ୍ତାମାନେ ମତ ପୋଷଣ କରିବା ସହ ବାଜପେୟୀଙ୍କୁ ସବୁଦିନ ପାଇଁ ଏ ଦେଶବାସୀ ମନେ ରଖିବେ ବୋଲି ମତ ପ୍ରକାଶ ପାଇଥିଲା । ଏହି ଅବସରରେ ବିଜୁ ଜନତା ଦଳର ସମିତି ସଭ୍ୟ ପ୍ରଶାନ୍ତ ବେହେରାଙ୍କ ସମେତ ଅନେକ ଉତ୍ସାହି ଯୁବକ ସର୍ବଶ୍ରୀ ଛତ୍ରପତି ସେଠ, ଶଙ୍କର ବେହେରା, ସୁନ୍ଦରମଣି ମର୍ହି, ଯିତୁ ମର୍ହି, ଯୁଧିଷ୍ଠିର ରଣା, ଅମୃତ ରଣା, ଗୌତମ ସିକା, ଅନନ୍ତ ବରିହା, ଶଙ୍କର ବରିହା, ତରଣୀସେନ ଜାଳ, ଭୀଷ୍ମ ଜାଳ, ଯଦୁମଣି ନେଗି, ରାଜେଶ ବେହେରା, ଟିଫିନ୍ ଛତର, ଜୟନ୍ତ ବେଣ୍ଟକାର, ଉଦ୍ଧବ ବେଣ୍ଟେକାର, ଜଗନ୍ନାଥ ପଟେଲ, ଭୀମା ବେଣ୍ଟକାର, ଆକାଶ ପଟେଲ, ରାଜେଶ ପଟେଲ, ରମେଶ ମେହେର, ରତନ ଧରୁଆ, ଶ୍ରୀମତି ସାବିତ୍ରୀ ବୁଡ଼େକ, ଝିଲି ପ୍ରଧାନ, ସବିତା ନେଗୀ, ଚୁଲା ବଢି କମାତି, ସାବିତ୍ରୀ ନେଗୀ , ପଦ୍ମା ବୁଡ଼େକ ଆଦି ଉତ୍ସାହର ସହ ଭାରତୀୟ ଜନତା ପାଟିରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଲଖମରା ମଣ୍ତଳ ସଭାପତି ଭୀଷ୍ମଦେବ ସାହୁ, ଜଗଦଲପୁର ମଣ୍ତଳ ସଭାପତି ହରେକୃଷ୍ଣ ପଟେଲ, ଯୁବ ମୋର୍ଚ୍ଚା ଜିଲ୍ଲା ସଂପାଦକ ସାମନ୍ତ ଶେଖର ମୁନା, କୃଷକ ମୋର୍ଚ୍ଚା କୋଡିନେଟର ଯୋଗେନ୍ଦ୍ର ଭୋଇ ଆଦି ସକ୍ରିୟ ଭୂମିକା ନେଇଥିଲେ । ଶେଷରେ ଯୁବମୋର୍ଚ୍ଚା ଜିଲ୍ଲା ସଂଯୋଜକ ଲକ୍ଷ୍ମୀକାନ୍ତ ବରିହା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.