jayashree

ଜଗଦଲପୁରରେ କୋଭିଡ଼ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଭିଡ଼ ସଚେତନତା ରଥ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଜଗଦଳପୁର ଗ୍ରାମକୁ ପହଂଚିଥିଲା । ଜଗଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ଼ ସଚେତନତା ରଥକୁ ଡ଼ା. ଗାୟତ୍ରୀ ନନ୍ଦ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ମହିଳା ସ୍ଵାସ୍ଥ୍ୟକର୍ମୀ ଗୀତା ଲୁହାର, ଅଙ୍ଗନୱାଡ଼ି କର୍ମୀ ଆରତୀ ପଟେଲ, ଶିକ୍ଷକ ପ୍ରଦୀପ ପଟେଲ, ଆଶା ବାସନ୍ତୀ ବେରିଆ, ହେଲ୍‌ପର ସୁମିତ୍ରା ପଟେଲ, ମୀନା ବାଗ । ସମସ୍ତେ ମିଶି ରଥକୁ ସ୍ଵାଗତ କରିଥିଲେ । ମକରଧ୍ୱଯ ସରାଫ କରୋନା ଉପରେ ଗୀତ ଗାଇ ଥିଲେ ତା’ପରେ ଗାଁର ସବୁଆଡ଼େ ମ୍ୟାକିଂ ଓ ଲିପ୍ ଲେଟ୍ ବଣ୍ଟନ କରି ଶୋଭାଯାତ୍ରା କରାଯାଇଥିଲା । ସାମାଜିକ ଦୂରତା, ମାକ୍ସ ବ୍ୟବହାର, କୋଭିଡ଼ ଟେଷ୍ଟ ଓ ଟୀକା ନେବା, ସରକାରଙ୍କ ଗାଇଡ୍ ଲାଇନ୍, ମ୍ୟାଲେରିଆ ଜ୍ଵର, ଯକ୍ଷ୍ମା ଓ ଅଣସଂକ୍ରାମକ ରୋଗ – ହାଇ ବ୍ଲଡ୍ ପ୍ରେସର୍‌, ସୁଗର, କ୍ୟାନସର ଉପରେ ଡାକବାଜି ଯନ୍ତ୍ର ଓ ଗୀତ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏହି ରଥ ତିନି ମାସିଆ କାର୍ଯ୍ୟକ୍ରମ ଥିଲା । ଏହା ଶେଷ ମାସ । ଅରୁଣ କୁମାର ଭୋଇ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଡଭା, ଝାରବନ୍ଧ ସୁପର ଭାଇଜର ଉମେଶ ବନଛୋର, ଡଭା ସୁପରଭାଇଜର ବାସୁଦେବ ଗଡତିଆ, ଜଗଦଲପୁର ସୁପର ଭାଇଜର ସୁଦାମ ମିର୍ଦ୍ଧା ଓ ସମସ୍ତ ସ୍ଵାସ୍ଥ୍ୟ ପରିଦର୍ଶକ ପରିଦର୍ଶିକା, ସ୍ଵାସ୍ଥ୍ୟ କର୍ମୀ, ଆଶା, ଅଙ୍ଗନୱାଡ଼ି ଓ ସମସ୍ତ ଗାଁ କଲ୍ୟାଣ ସମିତିର ସହଯୋଗରେ ହେଉଛି ବୋଲି ଭାରତ ସରକାରଙ୍କ ଦ୍ଵାରା ପଞ୍ଜିକୃତ ନୀତି ଦର୍ପଣ ପୋର୍ଟାଲ ଉପାୟ ଅନୁଷ୍ଠାନର ସମ୍ପାଦକ ତଥା ନିର୍ଦ୍ଦେଶକ ଲଲିତ ଜଗତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.