csstore

ସ୍ୱାଧୀନତା ଦିବସ ଅବସରରେ କଣ୍ଟାମାଲ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷ ରୋପଣ

ବୌଦ୍ଧ, (ମମତା ମହାକୁର) : ଆଜି କଣ୍ଟାମାଲ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମ୍ବାଦ ସାହିତ୍ୟ ଘରର ସଭାପତି ନାଟ୍ୟକାର ହରିହର ପ୍ରଧାନଙ୍କ ପ୍ରୋତ୍ସାହନରେ ବ୍ରହ୍ମଣୀ ନାଟ ଏଣ୍ଡ କଲଚରାଲ ଏସୋସିଏସନ୍‌ର ସଦସ୍ୟମାନେ ତଥା ସ୍ଥାନୀୟ ବନ ବିଭାଗର ସହାୟତାରେ ସମ୍ବାଦ ସାହିତ୍ୟ ଘର କଣ୍ଟାମାଲର ଯୁଗ୍ମ ସଂପାଦକ ରଂଜୁ ଅମାତ, ସଦସ୍ୟ ସୁରେନ୍ଦ୍ର କମ୍ପ, ସଂଜୀବ ବସ୍ତିଆ, ସମୀର କୁମାର ପ୍ରଧାନ, ଅର୍ଜୁନ ପ୍ରଧାନ, କୁଶ ପ୍ରଧାନ, ଦୁର୍ଯ୍ୟୋଧନ ପ୍ରଧାନ, ସତ୍ୟବ୍ରତ କର୍ଣ୍ଣ ପ୍ରମୁଖ ଯୋଗଦେଇ ଚଳିତ ବର୍ଷ ୩୩୩ ଗୋଟି ଗଛ ଲଗାଇବାର ଲକ୍ଷ୍ୟ ରଖି ଆଜି ଦ୍ଵିତୀୟ ପର୍ଯ୍ୟାୟରେ ୨୩୩ ଗୋଟି ବୃକ୍ଷ ରୋପଣ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ମାସ ୭ ତାରିଖ ଦିନ ଶହେ ଗୋଟି ବୃକ୍ଷ ରୋପଣ କରାଯାଇଥିଲା । ଗଛର ସୁରକ୍ଷା ପୃଥିବୀର ରକ୍ଷା ନାରା ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।

jayashree
Leave A Reply

Your email address will not be published.