ଚନ୍ଦନଭାଟୀ ହାଇସ୍କୁଲରେ ସ୍ଵାଧୀନତା ଦିବସ ପାଳନ

csstore

ଚନ୍ଦନଭାଟୀ, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ କୋଭିଡ୍ ନିୟମ ଅନୁଯାୟୀ ପାଳନ ହେଲା ସ୍ଵାଧୀନତା ଦିବସ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ରାମପ୍ରସାଦ ମିଶ୍ର ଯୋଗ ଦେଇଥିବା ବେଳେ ପ୍ରଧାନ ଶିକ୍ଷକ ରଂଜନ ପ୍ରଧାନ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ ।

ପିଇଟି ଚନ୍ଦ୍ରଶେଖର ମେହେରଙ୍କ ସଂଯୋଜନାରେ ଏହି ସଭାରେ ରମେଶ ଚନ୍ଦ୍ର ମେହେର ନିଜର ବକ୍ତବ୍ୟ ରଖିଥିବା ବେଳେ ଶିକ୍ଷକ ସତ୍ୟବ୍ରତ ମିଶ୍ର, ସିତାଂଶୁ ପଧାନ, ପଦ୍ମନାଭ ବୁଡେକ, ପୁରନ୍ଦର ଭୋଇ, ସୁଷମା ଭୋଇ, ସସ୍ମିତା ବାରିକ, ପ୍ରଭୁଦତ୍ତ ପ୍ରଧାନ, ବସନ୍ତ ମଟାରୀ ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ଏହି ଉତ୍ସବକୁ ପାଳନ କରିଥିଲେ ।

Leave A Reply

Your email address will not be published.