oom

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

jsmm

କଳାହାଣ୍ଡି, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ତରଫରୁ ଆଜି ଗୋଲାମୁଣ୍ଡା ବ୍ଲକର ନକଟିକାନୀ ଗ୍ରାମର ବିଜୁ ପଟ୍ଟନାୟକ ଆଦିବାସୀ ହାଇସ୍କୁଲଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଯୁବ ସ୍ୱେଚ୍ଛାସେବୀ ରାହୁଲ ତାଣ୍ଡି ଓ ରଶ୍ମିତା ମାଝୀ ପରିଚାଳନା କରିଥିଲେ ଦୁଇ ସ୍ୱେଚ୍ଛାସେବୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷ ଆମ ପାଇଁ କେତେ ମହତ୍ୱ ଓ ପ୍ରତେକ ଛାତ୍ରଛାତ୍ରୀ ନିଜ ଜୀବନରେ ୧୦ଟି ଗଛ ଲାଗାଇ ତାର ଯତ୍ନ ନେବା ପାଇଁ ଜଣାଇ ଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ବିଜୁ ପଟ୍ଟନାୟକ ଆଦିବାସୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ରିସିକ ମାଝୀ ଏବଂ ତାଙ୍କ ସହ ଯୋଗୀ ନରସିଘଂ ମଳିକ, ଦୁର୍ଯ୍ୟୋଧନ ମାଝୀ, ବିଜୟ ମାଝୀ, ଭାରତ ରତ୍ନ ଛତ୍ରିଆ, ଧର୍ମେଦ୍ର ରାଉତ, ଅଶ୍ୱିନୀ ନାଏକ, ଛବିଲାଲ ତାଣ୍ଡି ପ୍ରମୁଖ ସହଯୋଗ କରି ଥିଲେ ।

jittmm
Leave A Reply

Your email address will not be published.