oom

ବ୍ରିଜ ମରାମତି କାମ ଯୋଗୁଁ ବଢୁଛି ଟ୍ରାଫିକ ସମସ୍ୟା

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ ୨୬ ବରଗାଁ ଲାଂଥ ନଦୀକୁ ଦୀର୍ଘ ୧୫ ଦିନ ହେଲାଣି ମରାମତି ପାଇଁ ଗାତ ଗୁଡିକ ଖୋଳା ଯାଇଛି ହେଲେ ଠିକାଦାରଙ୍କ ଅବହେଳା ଯୋଗୁଁ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେଉନଥିବା ନଥିବା ଅଭିଯୋଗ ହେଉଛି । ସେହି ରାସ୍ତାରେ ହଜାର ହଜାର ଲୋକ ସମତେ ଗାଡି ମୋଟର ଚଳାଚଳ ହେଉଛି କିନ୍ତୁ ବର୍ତ୍ତମାନ ସୁଦ୍ଧା କାମ ଶେଷ ହୋଇ ନଥିବା ବେଳେ ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି, ଯାହା ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବ୍ରିଜ ମରାମତି ପାଇଁ ସରକାର ଟଙ୍କା ଦେଉଛନ୍ତି କିନ୍ତୁ ପ୍ରଶାସନ ଓ ଠିକାଦାରଙ୍କ ଅବହେଳା ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ ହେଉଛି । ତେବେ ଏହି ବ୍ରିଜ ଦେଇ ଶତାଧିକ ଲୋକ ଯାତାୟାତ କରୁଥିବା ବେଳେ ଗାଡି ଗୁଡ଼ିକ ଜାମ ହୋଇ ଯାଉଥିବା ଯୋଗୁୁଁ ଦୀର୍ଘ ସମୟ ଧରି ଲୋକଙ୍କୁ ଯିବା ପାଇଁ ଅପେକ୍ଷା କରିବାକୁ ମଧ୍ୟ ପଡୁଛି ବୋଲି ଲୋକେ କହୁଛନ୍ତି । ତେବେ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.