ସିନେମା ଷ୍ଟାଇଲ୍‌ରେ ୩ଜଣଙ୍କୁ ଉଠାଇ ନେଲା ଏସ୍‌ଟିଏଫ୍‌

ହରଭଙ୍ଗା, (ବଂଶୀଧର ମାଝୀ) : ସୋମବାର ଅପରାହ୍ନ ପ୍ରାୟ ୪ ଟା ସମୟରେ ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥର ବାମଣ୍ଡା ଛକ ନିକଟରୁ ପୋଲିସ୍ ବିଭାଗର ସ୍ୱତନ୍ତ୍ର ଟାସ୍କ ଫୋର୍ସ ଟିମ୍‌ ହଠାତ୍‌ ସାଧା ପୋଷାକରେ ଆସି ସିନେମା ଷ୍ଟାଇଲ୍‌ରେ ଏକ ଅଟୋ ଭିତରୁ ୩ ଜଣଙ୍କୁ ଉଠାଇ ନେଇଥିବା ଦେଖିବାକୁ ମିଳିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ ଏକ ଅଟୋକୁ ଅଟକାଇ ସେଥିରେ ଯାଉଥିବା ୩ ଜଣ ବ୍ୟକ୍ତିଙ୍କୁ ଏସ୍‌ଟିଏଫ୍‌ ପୋଲିସ ଉଠାଇ ଏକ ବୋଲେରୋରେ ଭର୍ତ୍ତି କରି ନେଇଯାଇଥିଲା । ତେବେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଉକ୍ତ ୩ଜଣଙ୍କୁ କେଉଁ ମାମଲାରେ ଉଠାଇ ନେଇଛି ତାହା ଜଣା ପଡୁନାହିଁ । ସେମାନେ ଗଂଜେଇ ମାଫିଆ ହୋଇଥାଇ ପାରନ୍ତି କିମ୍ବା ମାଓବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ହେତୁ ରାସ୍ତାରେ ଯାଉଥିବା ବେଳେ ତାଙ୍କୁ ଉଠାଇ ନିଆଯାଇଥିବା ଆଲୋଚନା ହେଉଛି । ପୋଲିସ୍ ବିଭାଗ କିମ୍ବା ସ୍ୱତନ୍ତ୍ର ଟାସ୍କ ଫୋର୍ସ ଏହି ସମ୍ପର୍କରେ ଗଣ ମାଧ୍ୟମକୁ ସୂଚନା ଦେବା ପରେ ସବୁ ସ୍ପଷ୍ଟ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.

error: Content is protected !!