csstore

ପଣ୍ଡିତ ନୀଳକଣ୍ଠ ଦାଶଙ୍କ ୧୩୭ତମ ଜୟନ୍ତୀ ପାଳିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପଣ୍ଡିତ ନୀଲକଣ୍ଠ ଦାଶଙ୍କ ୧୩୭ ତମ ଜୟନ୍ତୀ ସମାରୋହ ଛତ୍ରପୁରର ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ଆନୁକୂଲ୍ୟରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । କୋଭିଡ୍–୧୯ ନିୟମ ପାଳନ କରିବା ପୂର୍ବକ ସାମାଜିକ ଦୂରତାକୁ ବଜାୟ ରଖି ନିରାଡ଼ମ୍ବରରେ ପାଳିତ ଏହି ଆନୁଷ୍ଠାନିକ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରାଜେନ୍ଦ୍ର କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢ଼ୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଉତ୍କଳ ବିଶ୍ୱ ବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ଭି. ରାଜେନ୍ଦ୍ର ରାଜୁ, ସମ୍ମାନୀତ ଅତିଥୀଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୁରୀ ପ୍ରମୁଖ ଯୋଗ ଦେଇ ପଣ୍ଡିତ ନୀଳକଣ୍ଠ ଦାଶଙ୍କ ସ୍ମୃତିିଚାରଣ କରି ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ୟ୍ୟକ୍ରମରେ ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡା, ନିôଖଳପ୍ରଭା ମିଶ୍ର, ଶୁଭଶ୍ରୀ ଦାଶ ଓ ଗଙ୍ଗାଧର ପଣ୍ଡା, କିରାଣୀ ସନ୍ତୋଷ କୁମାର ଦାଶ ଓ ରାଜେନ୍ଦ୍ର ବେହେରାଙ୍କ ସମେତ ବହୁ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ଶେଷରେ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ ସୂର୍ୟ୍ୟ ନାରାୟଣ ଡାକୁଆ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.