csstore

କୋଶଳୀ ଫିଲ୍ମ ‘କାନ୍ଦୁଛେ ରାକ୍ଷୀ’ର ସୁଟିଙ୍ଗ ଆରମ୍ଭ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ଯୋଗୁଁ ଅନେକ ଲୋକଙ୍କ ଜୀବନ ଜୀବିକା ଠପ୍‌ ହୋଇ ପଡ଼ିଥିଲା, ଯାହା ଫଳରେ ପରେ ପରେ ଲୋକେ ଦାଦନ ଖଟିଯିବା ପାଇଁ ବାଧ୍ୟ ହୋଇଥିଲେ । ଅନ୍ୟପଟେ କଳାକାର ମଧ୍ୟ ତାର ପରିବାର ପୋଷଣ କରିବା ପାଇଁ କାଠିକର ହୋଇ ପଡ଼ିଥିଲା । କିନ୍ତୁ ଧୀରେ ଧୀରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମରେ ଦୋକାନ ବଜାର ମଧ୍ୟ ଖୋଲିବାରେ ଲାଗିଛି । ତେବେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲ୍‌ଲ୍ଲା ବ୍ଳକ ଘୁନସର ଗ୍ରାମରେ ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ଏକ କ୍ଷୁଦ୍ର ଚଳଚିତ୍ର ‘କାନ୍ଦୁଛେ ରାକ୍ଷୀ’ର ସୁଟିଙ୍ଗ ଆରମ୍ଭ ହୋଇଯାଇଛି । ଦାଦନ ଶ୍ରମିକଙ୍କ ଉପରେ କିଭଳି ପ୍ରଭାବ ପଡ଼ିଥିଲା ଓ କରୋନା ମହାମାରୀ ଭୟ ଯୋଗୁଁ କିଭଳି ଭାବରେ ପରିବାରର ଭାଇ ଭାଇ ମଧ୍ୟରେ ବି ଭାଇଚାରା ଭାଙ୍ଗି ଯାଇଥିଲା, ତାହାକୁ ନେଇ ଏହି କ୍ଷୁଦ୍ର ଚଳଚିତ୍ର ନିର୍ମାଣ କରାଯାଇଛି । ପ୍ରଥମେ ଗ୍ରାମର ଇଷ୍ଟ ଦେବୀ ମା’ ଚଣ୍ଡୀଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ସୁଟିଙ୍ଗ ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ତଥା ସମାଜସେବୀ ସନ୍ତୋଷ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ଲୋଇସିଂହା ବ୍ଳକ ବିଜେଡି ସଭାନେତ୍ରୀ ଜୋତ୍‌ତ୍ସ୍‌ତ୍ସ୍ନାମୟୀ ନାଗ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଅଜିତ କୁମାର ସାହୁଙ୍କ ପ୍ରଯୋଜନାରେ ଏହି ଫିଲ୍ମ ଆରମ୍ଭ ହୋଇଥିବା ବେଳେ କାହାଣୀ ଲେଖକ ଓ ନିର୍ଦ୍ଦେଶକ ଭାବରେ ବୁଲୁ ବଗର୍ତ୍ତି ଦାୟିତ୍ୱ ନିର୍ବାହ କରିଛନ୍ତି । ଏଥିରେ ମୁଖ୍ୟ ଭୂମିକାରେ ସ୍ୱାଗତ କୁମାର ନାଏକ, ପଲ୍ଲବୀ ପ୍ରିୟଦର୍ଶନୀ ନାଗ, ସୁମନ ବେହେରା, ଉଦୟ ଶଙ୍କର ବାଗ, ବିଷ୍ଣୁ ଭୋଇ, ବସୁଦେବ ଭୋଇ, ସୁଭେନ୍ଦୁ ନାଏକ, ରୋହିତ ଭୋଇ ପ୍ରମୁଖ ଅଭିନୟ କରୁଛନ୍ତି ।କ୍ୟାମେରା ମ୍ୟାନ ଭାବରେ ରାମ ନାରାୟଣ ବାଗ, ପୃଥିରାଜ ବକୁଳ, ଜଗତ ଦାସ ଦାୟିତ୍ୱ ତୁଲାଉଛନ୍ତି । ଉମାରାଣୀ ତାଣ୍ଡି, ଦୀନବନ୍ଧୁ ପଶାୟତ, ପ୍ରକାଶ ସାହୁ, ଜିତୁ ସାହୁ, ଅରୁଣ ତାଣ୍ଡି ପ୍ରମୁଖ ସହଯୋଗ କରିଥିଲେ । ଅଜିତ କୁମାର ସାହୁ ଅଫିସିଆଲ ୟୁଟ୍ୟୁବ ଚେନାଲ୍‌ରେ ଏହା ଖୁବଶୀଘ୍ର ଉପଲବ୍ଧ ହେବ ବୋଲି ପ୍ରଯୋଜକ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.