ରେଳବାଇ ଓଭର ବ୍ରିଜ ଶୀଘ୍ର ଶେଷ ପାଇଁ ଆଲୋଚନା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରପାଲି ଠାରେ ନିର୍ମାଣଧୀନ ଥିବା ରେଳବାଇ ଓଭର ବ୍ରିଜ ଓ ବାଇପାସ୍ ରାସ୍ତା ନିର୍ମାଣ କାର୍ଯ୍ୟରେ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ବିଜେପୁର ବିଧାୟିକା ରୀତା ସାହୁ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜଗନ୍ନାଥ ନଗରର ଜମି ଅଧିଗ୍ରହଣ ଏବଂ କ୍ଷତିପୂରଣ ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିରେ ସ୍ଥାନୀୟ ତହସିଲଦାର ତିନି ଦିନ ମଧ୍ୟରେ ଜମି ଚିହ୍ନଟ ପ୍ରକ୍ରିୟା ଶେଷ କରିବାକୁ ନିଷ୍ପତ୍ତି ଗ୍ରହଣ କରଯାଇଥିଲା । ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ବାଇପାସ୍ ରାସ୍ତା ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ମଧ୍ୟ ଆଲୋଚନା କରାଯାଇଥିଲା ।‌ ବୈଠକରେ ବରପାଲି ତହସିଲଦାର, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ, ବିଜେଡି ଯୁବ ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ମହେନ୍ଦ୍ର କୁମାର ମେହେର, ନରେନ୍ଦ୍ର ହୋତା, ଲାଲ ବିକ୍ରମ ସିଂହ ଦେଓ, ଟିକାୟତ ମହତ୍ତମ, ରୋହିତ ମହାରଣା ଓ ଜଗନ୍ନାଥ ନଗରର ବାସିନ୍ଦା ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.