csstore

ବିଜେପିର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀର ବରିକେଲ ମଣ୍ଡଲ ପୁରେନା ଗ୍ରାମ ପଞ୍ଚାୟତ ସତିଭଟା ଠାରେ ପଞ୍ଚାୟତ ସ୍ତରୀୟ କାଯ୍ୟଁକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ବାରିକେଲ ମଣ୍ଡଳ ସଭାପତି ସୌକିଲାଲ ସାହା ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ରାଜ ବୋଡାସମ୍ବର ବ୍ଲକ ଅଧ୍ୟକ୍ଷ କୁମର ମଣି ନାୟକ, ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ, ବ୍ଲକ ସାଂସଦ ପ୍ରତିନିଧି ଶ୍ରୀକାନ୍ତ ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ପଦ ପଦବୀରେ ଥିବା ମଣ୍ଡଳ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ପଞ୍ଚାୟତ ପ୍ରମୁଖ ଦେବରାଜ ସାହୁ ଓ ସହ ପ୍ରମୁଖ ମନୋଜ ସାହାଙ୍କୁ ଚୟନ କରାଯାଇଥିଲା । ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପୁରୋହିତ କୃଷକ ମାନଙ୍କର ବିଭିନ୍ନ ସମସ୍ୟାର ଆଲୋଚନା କରିଥିଲେ । ରାଜ ବୋଡାସମ୍ବର ବ୍ଲକ ଅଧ୍ୟକ୍ଷ କୁମର ମଣି ନାୟକ ଆଗାମୀ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ବିଷୟରେ ଆଲୋଚନା କରିଥିଲେ । ଶେଷରେ ଧନ୍ୟବାଦ ଦେଇ ସଭା ଶେଷ କରାଯାଇଥିଲା ।

jayashree
Leave A Reply

Your email address will not be published.