pakka

ବେଷ୍ଟ୍‌ ରିପୋର୍ଟର୍‌ ଆୱାର୍ଡ ପାଇଲେ ଯୁବ ସାମ୍ବାଦିକ ଦେବାଶିଷ, ନିରୋଜ ଓ ଅଜିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ବଲାଙ୍ଗିର ସାମ୍ବାଦିକ ଭବନରେ ଅନୁଷ୍ଠିତ ‘କୋଶଳ ପ୍ରବାହ ଲାଇଭ୍‌’ ୱେବ୍‌ ନ୍ୟୁଜ୍‌ ପୋର୍ଟାଲ୍‌ର ବାର୍ଷିକୋତ୍ସବ ଅବସରରେ ଅନୁଷ୍ଠାନରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ମଧ୍ୟରୁ ତିନି ଜଣ ଯୁବ ସାମ୍ବାଦିକଙ୍କୁ ବେଷ୍ଟ୍‌ ରିପୋର୍ଟର୍‌ ଆୱାର୍ଡ ପ୍ରଦାନ କରାଯାଇଛି । ‘କୋଶଳ ପ୍ରବାହ ଲାଇଭ୍‌’କୁ ସାମୁହିକ ଭାବେ ସମୃଦ୍ଧ କରିବା ଦିଗରେ ସେମାନଙ୍କ ବିଶେଷ ଯୋଗଦାନକୁ ଦୃଷ୍ଟିରେ ରଖି ଚୟନ ପ୍ରକ୍ରିୟାରେ ଯୋଗ୍ୟ ବିବେଚନା କରାଯାଇଥିଲା । ବଲାଙ୍ଗିର ଜିଲ୍ଲା ପ୍ରତିନିଧି ଦେବାଶିଷ ମିଶ୍ର, ପଦ୍ମପୁର ପ୍ରତିନିଧି ନିରୋଜ କୁମାର ପାଣୀ ଓ ସଇଁନ୍ତଲା ପ୍ରତିନିଧି ଅଜିତ କୁମାର ସାହୁ ବାର୍ଷିକୋତ୍ସବ ମଂଚରେ ଅତିଥିମାନଙ୍କ ଠାରୁ ବେଷ୍ଟ୍‌ ରିପୋର୍ଟର୍‌ ଆୱା୍‌ର୍ଡ ଗ୍ରହଣ କରିଛନ୍ତି । ‘କୋଶଳ ପ୍ରବାହ’ର ସଂପାଦକ ଆନଂଦ ଚଂଦ୍ର ସାହୁ ତିନି ଯୁବ ସାମ୍ବାଦିକଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉତ୍ତରୋତ୍ତର ମଙ୍ଗଳ କାମନା କରିଥିବା ବେଳେ ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ବାର୍ତ୍ତା ଛୁଟୁଛି ।

jay balangir
Leave A Reply

Your email address will not be published.

nineteen − 2 =