ଖୋଲିଲା ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : କୋଭିଡ-୧୯ କଟକଣା କୋହଳ ହେବା ପରେ ବଲାଙ୍ଗିର ଜିଲ୍ଲାପାଳ ଚଂଚଲ ରାଣାଙ୍କ ଆଦେଶ ଅନୁସାରେ ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଇଲାକାରେ ଥିବା ଐତିହାସିକ ଯୋଗିନୀ ପୀଠ ରାଣିପୁର ଝରିଆଲ ସ୍ଥିତ ସୋମେଶ୍ୱର ମନ୍ଦିର ଶ୍ରଦ୍ଧାଳୁ ମାନଙ୍କ ପାଇଁ ଖୋଲାଯାଇଥିବା ଜଣାପଡିଛି । ଏଥିପାଇଁ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣୀ ସୁନାନୀଙ୍କ ତତ୍ୱାବଧାନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଶାସନ ପକ୍ଷରୁ ମନ୍ଦିର ପରିସର ସଫେଇ ଓ ବିଶୋଧନ କରାଯାଇଥିଲା । କୋଭିଡ ନିୟମାବଳୀ ପାଳନ ନିମନ୍ତେ ମନ୍ଦିର ବାହାରେ ପୋଷ୍ଟର ଲଗାଯିବା ସହିତ ସାମାଜିକ ଦୂରତା ରକ୍ଷା ଓ ହାତ ବିଶୋଧନ ପାଇଁ ବ୍ୟବସ୍ଥା କରାଯାଇଛି । ମନ୍ଦିର ପରିଚାଳନା କମିଟି ସଭାପତିଙ୍କ କହିବା ଅନୁଯାୟୀ ପାରମ୍ପରିକ ରୀତିନୀତି ଅନୁଯାୟୀ ମନ୍ଦିର ଖୋଲାଯାଇଛି । ପୂଜକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ମନ୍ଦିର ମଧ୍ୟକୁ ଦୀପ, ଫୁଲ ଓ ଭୋଗ ନେବା ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ୬୫ ବର୍ଷରୁ ଅଧିକ ବୟଷ୍କ, ଜଟିଳ ବ୍ୟାଧିଗ୍ରସ୍ତ ବ୍ୟକ୍ତି, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ୍‌ ବୟସର ଶିଶୁ ମାନଙ୍କ ପାଇଁ ପ୍ରବେଶ ନିଷେଧ କରାଯାଇଛି । ଦୀର୍ଘ ୨ ବର୍ଷ ପରେ ମନ୍ଦିର ଖୋଲାଯାଇଥିବାରୁ ଅଂଚଳରେ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.