ଛତ୍ରପୁରର ଦୁଇ ବରେଣ୍ୟ ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମାଟିରେ ଲୀଳା ଖେଳସାରି ସମସ୍ତଙ୍କ ଗହଣରେ ଛାଡି ଚାଲିଯାଇଥିବା ଦୁଇ ସ୍ୱର୍ଗତ ଆତ୍ମାଙ୍କପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଖଣ୍ଡଦେଉଳି କଲେଜ ଅଧ୍ୟକ୍ଷ ଡ଼ଃ. ଦୁର୍ଯ୍ୟୋଧନ ସେଠୀ ଏବଂ ଗଞ୍ଜାମ ଜିଲ୍ଲା ଖାଉଟୀ ସୁରକ୍ଷା ଅଦାଲତର ପୂର୍ବତନ ଅଧ୍ୟକ୍ଷ ବିଭୂତି ଭୂଷଣ ଦାଶଙ୍କ ଆକାଳ ବିୟୋଗ ନେଇ ଛତ୍ରପୁର ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସରରେ ଆଗତ ଏକ ଶୋକସଭାରେ ବକ୍ତା ଓ ଶ୍ରୋତା ମାନେ ଗଭୀର ମର୍ମାହତ ହୋଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଛତ୍ରପୁର ନାଗରିକ କମିଟୀ, ଓକିଲ ସଂଘ, ଛତ୍ରପୁର ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶୋକ ସଭାରେ ଏହି ଦୁଇଜଣ ବ୍ୟକ୍ତିଙ୍କ ମହାନ ବ୍ୟକ୍ତିତ୍ୱ ଉପରେ ବହୁ ବ୍ୟକ୍ତି ଆଲୋକପାତ କରିଥିଲେ । ସ୍ୱର୍ଗତ ବିଭୂତି ଭୂଷଣ ଦାଶ, ଜଣେ ବରିଷ୍ଟ ଆଇନଜୀବୀ, ଛତ୍ରପୁର ସାହିତ୍ୟ ସଂସଦର ଦକ୍ଷ ସଦସ୍ୟ ଏବଂ ଜଣେ ସମାଜସେବୀ ଥିଲେ ବୋଲି ମତପ୍ରକାଶ ପାଇଥିଲା । ସେହିପରି ଏହି ଆସରରେ ଖଣ୍ଡଦେଉଳି ସ୍ଥ ସହୀଦ ଭଗତସିଂ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଦୁର୍ଯ୍ୟୋଧନ ସେଠୀଙ୍କ ଅକାଳ ବିୟୋଗ ନେଇ ଛତ୍ରପୁରର ବହୁ ଜ୍ଞାନୀଗୁଣିଙ୍କ ମହଲରେ ଗଭୀରଶୋକ ବ୍ୟକ୍ତ କରାଯାଇଛି । ଶ୍ରୀ ସେଠୀ ଜଣେ ସରଳ, ଅମାୟିକ, ମେଲାପୀ ଓ ସାଧୁତାପରାୟଣ ବ୍ୟକ୍ତି ଥିଲେ । ସେ ତାଙ୍କ ଜୀବନ ଶୈଳୀରେ ନାଟକ, ଡ୍ରାମା, ଥିଏଟରରେ ଅଂଶଗ୍ରହଣ କରିବା ଓ ନାଟ୍ୟ ନିର୍ଦ୍ଦେଶନା ଦେବା, ମଞ୍ଚ ପରିଚାଳନା କରିବା ତଥା କଳାପ୍ରେମୀ, ସାହିତ୍ୟପ୍ରେମୀ, ସାହିତ୍ୟ ଅନୁରାଗୀ ଥିଲେ । ତାହାଙ୍କ ଆଦର୍ଶ ବ୍ୟକ୍ତିତ୍ୱକୁ ସମ୍ମାନ ଜଣାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ପ୍ରାକ୍ତନ ବିଧାୟକ ଅଶୋକ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସର୍ବଶ୍ରୀ ବ୍ରଜମୋହନ ଆଚାର୍ଯ୍ୟ, ଭି.ରାଜେନ୍ଦ୍ର ରାଜୁ, ଦିଲିପ ପଳେଇ, ରାଜେନ୍ଦ୍ର ଦାସ, ରାମଚନ୍ଦ୍ର ବେହେରା, ସାମ୍ବାଦିକ କେ.ସତ୍ୟନାରାୟଣ ରେଡ୍ଡୀ, ବସନ୍ତ ମହାରଣା, ଶ୍ରୀକାନ୍ତ ମହାନ୍ତି ରବୀନ୍ଦ୍ରନାଥ ପଣ୍ଡା, ନାଟ୍ୟକାର ଦେବେନ୍ଦ୍ର ଶର୍ମା, ମୃତ୍ୟଞ୍ଜୟ ତ୍ରିପାଠୀ, ଅରୁଣ ଶତପଥୀ ପ୍ରମୁଖ ବହୁ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ଆତ୍ମାଙ୍କ ସ୍ମୃତିଚାରଣ କରିଥିଲେ । ଆଇନଜୀବୀ ପ୍ରଦୀପ ପାଢ଼ୀ ଏହି କାର୍ୟ୍ୟକ୍ରମର ସୁପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.