csstore

ଆଡ଼ମିଶନ ଫିି ଛାଡ ଓ ମେଡିକାଲ କଲେଜରେ ୨୨.୫ ପ୍ରତିଶତ ସିଟ ସଂରକ୍ଷଣ ଦାବୀରେ ଜିଲ୍ଲା ଆଦିବାସୀ ସଂଘର ଜରୁରୀକାଳୀନ ବୈଠକ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ସ୍ଥାନୀୟ ଆଦିବାସୀ ଭବନଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ ସଂଘର ବ୍ଲକ ସଭାପତି ପଦ୍ମନ୍ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆଦିବାସୀ ଛାତ୍ରଛାତ୍ରୀ ମାନଂକ +୨ରୁ ଉର୍ଦ୍ଧ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଆଡ଼ମିଶନ ଫି ସଂପୂର୍ଣ୍ଣ ଛାଡ କରିବା ଏବଂ ମେଡିକାଲ କଲେଜରେ ଓଡ଼ିଶା ସଂରକ୍ଷଣ ଆଇନ ୧୯୭୫ ଅନୁସାରେ ଆଦିବାସୀ ଛାତ୍ର ଛାତ୍ରୀ ମାନଂକ ସକାଶେ ଶତକଡା ୨୨.୫୦ ପ୍ରତିଶତ ସିଟ ସଂରକ୍ଷଣ କରିବାକୁ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ଗୃହୀତ ହୋଇଥିଲା । କିସ ଆଦିବାସୀ ବିଶ୍ଵ ବିଦ୍ୟାଳୟରେ ପ୍ରଥମରୁ ପୋଷ୍ଟ ଗ୍ରଜୁଏଟ ପର୍ଯ୍ୟନ୍ତ ୩୦ ହଜାରରୁ ଅଧିକ ଆଦିବାସୀ ଛାତ୍ର ଛାତ୍ରୀଙ୍କୁ ସଂପୂର୍ଣ୍ଣ ନିଃଶୁଳ୍କ ଓ ସଂପୂର୍ଣ୍ଣ ଆବାସିକ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଥିବାରୁ କିସ, କିଟ୍‌ରେ ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କୁ ବୈଠକରେ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ କିସର ଛାତ୍ରଛାତ୍ରୀ ମାନଙ୍କୁ କଳିଙ୍ଗ ଟିଭି ମାଧ୍ୟମରେ ଶିକ୍ଷା ପ୍ରଦାନ ସହିତ ଅନଲାଇନ୍ ଲାଇଭ କ୍ଲାସ ବ୍ୟବସ୍ଥା କରି ଅତ୍ୟାଧୁନିକ ଟେକ୍ନିକାଲ ଜ୍ଞାନକୌଶଳ ମାଧ୍ୟମରେ ମାଗଣା ଉଚ୍ଚ ଶିକ୍ଷା ପ୍ରଦାନ କରୁଥିବାରୁ କିସ କର୍ତ୍ତୃପକ୍ଷଙ୍କ ମହାନ୍ ଅବଦାନକୁ ଆଦିବାସୀ ମାନେ ପ୍ରଶଂସା କରିଥିଲେ ଏବଂ ବିଶ୍ୱ ମହାମାରୀରେ ସାରା ଦୁନିଆ ଲକ୍ ଡାଉନ୍ ଥିବା ବେଳେ, ସ୍କୁଲ କଲେଜ ବନ୍ଦ ଥିବା ବେଳେ କିଭଳି କିସର ଛାତ୍ରଛାତ୍ରୀ ମାନେ ଅନଲାଇନ୍ ଏବଂ କଳିଙ୍ଗ ଟିଭି ମାଧ୍ୟମରେ ଶିକ୍ଷା ଗ୍ରହଣ କରି ଲାଭବାନ ହୋଇ ପାରିବେ ସେଥିପ୍ରତି ସଚେତନ କରାଯାଇଥିଲା । ଉକ୍ତ ବୈଠକରେ ଜିଲ୍ଲା ସାଧାରଣ ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦା, ନଗର ସଭାପତି ନିତ୍ୟାନନ୍ଦ ମାଝୀ, ବ୍ଲକ ସମ୍ପାଦକ ଘାସିରାମ ମାଝୀ, ରାଜୀବ କୁଅଁର, ଥବିର ପୁଝାରୀ, ସୁନିଲ କୁମାର ମାଝୀ, ପ୍ରଫୁଲ୍ଲ ପ୍ରଧାନୀ, ଜଗନ୍ନାଥ ମାଝୀ, ଦେବା ସିଂ ମାଝୀ ପ୍ରମୁଖଙ୍କ ସହ କିସ ଅଭିଭାବକ ଓ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.