csstore

ପାଇକମାଲ ବ୍ଲକ କୃଷକ ମୋର୍ଚ୍ଚା ସଭାପତି ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ଅନୁମୋଦନ କ୍ରମେ ପାଇକମାଲ ମଣ୍ତଳ କୃଷକ ମୋର୍ଚ୍ଚାର ସଭାପତି ଭାବେ ଅକ୍ଷୟ କୁମାର ସାହୁଙ୍କୁ ମନୋନୀତ କରିଛନ୍ତି । ଅକ୍ଷୟ କୁମାର ସାହୁ ପାଇକମାଲ ବ୍ଲକ କେର୍ମେଲାବାହାଲ ପଞ୍ଚାୟତ ବିଜାଡିହୀ ଗ୍ରାମର ଅଟନ୍ତି । ଭାରତୀୟ ଜନତା ପାର୍ଟିର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଭାବରେ ପରିଚିତ ଅକ୍ଷୟ କୁମାର ସାହୁ କୃଷକ ମୋର୍ଚ୍ଚାର ସଭାପତି ଭାବେ ମନୋନୀତ ହେବା ପରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ଜିଲ୍ଲା ଉପସଭାପତି ସରୋଜ ସାମଲ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର ତଥା ଭାରତୀୟ ଜନତା ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି ଏବଂ ପାର୍ଟି ତାଙ୍କ ଉପରେ ବିଶ୍ୱାସ ରଖି ତାଙ୍କୁ ଯେଉଁ ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି ତାକୁ ସଫଳତାର ସହ ନିର୍ବାହ କରି ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ସଂଗଠନକୁ ସଦୃଢ ଶକ୍ତଶାଳୀ କରି ଗଢି ତୋଳିବେ ବୋଲି ମତ ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.