oom

‘କୋଶଳ ପ୍ରବାହର ପ୍ରଭାବ’ : ମେରାବାହାଲ ଗାଁରେ ମନରେଗା ମହା ଦୁର୍ନୀତି ଘଟଣା, ତଦନ୍ତ କଲା ବ୍ଳକ ପ୍ରଶାସନ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଏକ ଦାଦନପ୍ରବଣ ଅଞ୍ଚଳ ହେଇଥିବା ବେଳେ ଏଠାରେ ମନରେଗା କାମ କେତେକ ଅଞ୍ଚଳରେ ଠିକ ଢ଼ଙ୍ଗରେ ସମ୍ପାଦନ ହୋଇ ପାରୁନଥିବା ଦେଖିବାକୁ ମିଳିଥିଲା । ତେବେ ମେସିନରେ କାମ ହେଉଥିବା ବେଳେ ଶ୍ରମିକ ମାନେ କାମ କରିବାରୁ ବଞ୍ଚିତ ହେଉଥିବା ନେଇ ମଧ୍ୟ ଅସନ୍ତୋଷ ଦେଖା ଦେଇଥିଲା । ତେବେ ବିନା କାମରେ ତାଙ୍କର ଖାତାରେ ଟଙ୍କା ଜମା ହେଉଥିବା ନେଇ ମଧ୍ୟ ଶ୍ରମିକ ମାନେ ସଇଁନ୍ତଲା ବିଡିଓ ଦେବାଶିଷ ସାମଲଙ୍କ ଠାରେ ଗତ ୨୩ ତାରିଖ ଦିନ ଅଭିଯୋଗ କରିଥିଲେ ତେବେ ଏନେଇ ‘କୋଶଲ ପ୍ରବାହ’ରେ ଖବର ପ୍ରସାରିତ ହେବା ପରେ ବ୍ଳକ ପ୍ରଶାସନ ତତ୍ପରତା ସହ ବିଡିଓ ଦେବାଶିଷ ସାମଲଙ୍କ ନିର୍ଦ୍ଦେଶ କ୍ରମରେ ଏବିଡିଓ ପ୍ରଦୀପ ପଟନାୟକ ଉକ୍ତ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ବ୍ଳକ ପ୍ରଶାସନ ଏଭଳି ତତ୍ପରତାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶଂସାର ସୁଅ ମଧ୍ୟ ଛୁଟୁଛି । ସୂଚନାଯୋଗ୍ୟ ଯେ, ଟିକ୍ରାପଡ଼ା ପଞ୍ଚାୟତ ମେରାବାହାଲ ଗାଁରେ ଥିବା ବିଜିମୁଣ୍ଡା ପୋଖରୀ ଉନ୍ନତିକରଣ ପାଇଁ ପ୍ରଶାସନ ପକ୍ଷରୁ ଶ୍ରମିକ ମାନେ କାମ କରିବା ପାଇଁ ଆଦେଶ ପାଇଥିଲେ ହେଲେ ଗାଁ ସାଥୀ ହେମନ୍ତ ହରପାଲ ଓ ଭବାନୀ ହରପାଲ ଦୁହେଁ ମିଶି ବିଭିନ୍ନ ଉନ୍ନୟନ ପ୍ରକଳ୍ପରେ ଅନିୟମିତତା କରୁଥିବା ନେଇ ଅଭିଯୋଗ ହୋଇଥିଲା । ଶ୍ରମିକ ବଦଳେ ମେସିନ ସାଜିଥିଲା ସାହା ଭରସା । ଫଳରେ ଶ୍ରମିକ ମାନେ କାମ ନ ପାଇ ହତାଶ ହୋଇ ପଡିଥିଲେ । ତେବେ ଶ୍ରମିକମାନେ କାମ ନ କରି ମଧ୍ୟ ତାଙ୍କ ଖାତାରେ ଟଙ୍କା ଜମା ହେଉଥିବା ବେଳେ ପରେ ଗାଁ ସାଥୀ ଜଣକ ଟଙ୍କା ଉଠାଇବା ପାଇଁ ଶ୍ରମିକମାନଙ୍କୁ ବାଧ୍ୟ କରୁଥିବା ନେଇ ଲଛମନ ଭୋଇ, ଶଙ୍କର ରଣା, ରୂପାଧର ରଣା, ବନ ରଣା, ସିରକର ମିର୍ଧା, ସଦାନନ୍ଦ ପରାଭୁଏ ସମେତ ଶତାଧିକ ଶ୍ରମିକମାନେ ବିଡିଓଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ବ୍ଳକ ପ୍ରଶାସନର ତଦନ୍ତ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ନା ଘଟଣାକୁ ଚପେଇ ଦିଆଯିବ ତାହା ଦେଖିବାକୁ ବାକି ରହିଲା । ତେବେ ଏହି ମନରେଗା ଯୋଜନା କାମରେ କାମ କରିଥିବା ଗାଁ ସାଥୀଙ୍କୁ ବହିଷ୍କାର କରିବା ପାଇଁ ମଧ୍ୟ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.