ସବୁଜ ଡେଲାଙ୍ଗ ଟ୍ରଷ୍ଟର ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଗତକାଲି ପାଳନ କରାଯାଇଅଛି । ଏହି ଅବସରରେ ବୋଳକଣାଗ୍ରାମର ଆରାଧ୍ୟ ଦେବ ଇଶାଣେଶ୍ୱର ଦେବଙ୍କ ପ୍ରାଙ୍ଗଣରେ ତୁଳସୀ, ଈଶ୍ବରଜଟ ଓ ଚମ୍ପକ ବୃକ୍ଷ ରୋପଣ କରାଯାଇ ଅଛି । ପ୍ରକୃତି ବନ୍ଧୁ ଆଇନଜୀବୀ ହୃଷୀକେଶ ପାଢୀ ଜଂଗଲର ସୁରକ୍ଷା ପୂର୍ବକ ଜୀବିକାନିର୍ବାହ କରିପାରିଲେ ତାହା ପୃଥିବୀ ଓ ଆମ ପାଇଁ ମଂଗଳକର ହେବ ବୋଲି ମତବ୍ୟକ୍ତ କରିଥିଲେ । ପ୍ରତ୍ୟେକ ଗୋଟିଏ ଗୋଟିଏ ଗଛ ଲଗାଇ ପରିବେଶ ସୁରକ୍ଷାରେ ବ୍ରତୀ ହେବା ପାଇଁ ଆହ୍ଵାନ ଦେବା ସହ ସବୁଜ ବଳୟ ସୃଷ୍ଟି କରି ପ୍ରକୃତି ସଂରକ୍ଷଣ କରିବା ପାଇଁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ୱାର୍ଡସଭ୍ୟା ଜାନକୀ ପାଢୀ ଓ ସୋମନାଥ ସେନାପତି ପରିବେଶ ସୁରକ୍ଷା ଉପରେ ସମ୍ୟକ ଆଲୋକପାତ କରିଥିଲେ ।

Leave A Reply

Your email address will not be published.