oom

ଆଗଲପୁର ବ୍ଲକ୍‌ର ୩ଟି ପଞ୍ଚାୟତବାସୀ ପାଇନାହାନ୍ତି ଖରିଫ୍ ଫସଲ ବୀମା ଅର୍ଥ, ସାଧାରଣରେ ଅସନ୍ତୋଷ : ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ନେଲେ ପଦକ୍ଷେପ

jsmm

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ୍‌ର ୩ଟି ପଞ୍ଚାୟତ ଆଗଲପୁର, କୁଟାସିଂହା ଓ ନୁନିଆଁପାଲିର ଚାଷୀମାନେ ୨୦୨୦-୨୧ ଖରିଫ୍ ଫସଲ ବୀମା କରି ନିଜର ପ୍ରାପ୍ୟ ପାଇ ନଥିବା ଯୋଗୁଁ ତୀବ୍ର ଅସନ୍ତୋଷ ଦେଖାଦେଇଛି । କୁହାଯାଇଛି ଯେ, ଚାଷୀ ମାନେ ଅନେକ ହଇରାଣ ହୋଇ ବହୁ ଥର ସ୍ଥାନୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳି ପାରିନାହିଁ । ତେବେ ଏହି ସମସ୍ୟାକୁ ନେଇ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ଏକ ଟିମ୍ ଭୁବନେଶ୍‌ଶ୍ୱର ଯାଇ ଆରସିଏସ ମୁଖ୍ୟ ସୁଶାନ୍ତ କୁମାର ବାରିକ(ଆଇ.ଏ.ଏସ) ଓ କୃଷି ବୀମା କମ୍ପାନୀ(ଏ.ଆଇ.ସି) ମୁଖ୍ୟ ଵିଷ୍ଣୁ ପ୍ରକାଶ ଜେନାଙ୍କୁ ଭେଟି ଚାଷୀଙ୍କ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ତେବେ ଯାହା ସମସ୍ୟା ରହିଛି, ତାର ଯଥାଶୀଘ୍ର ସମାଧାନ ହେବ ବୋଲି ଏ.ଆଇ.ସି. ମୁଖ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ଏପରିକି ଖୁବ୍ ଶୀଘ୍ର ବୀମା ରାଶି ଚାଷୀ ମାନେ ପାଇବେ ବୋଲି କହିଛନ୍ତି । ଏହି ଆଲୋଚନାରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଦଳ ଟାଣୁଆ ନେତା ଯୋଗେନ୍ଦ୍ର ବେହେରାଙ୍କ ସହ ଆଇନଜୀବୀ ରାମଚନ୍ଦ୍ର ବେହରା, ଆଗଲପୁର ବ୍ଲକ୍ ବିଜୁ ଯୁବ ଜନତା ଦଳ ସଭାପତି ନାରାୟଣ ସାହୁ, ଅନୁପ ସିଂଦେଓ, ବିଜେଡି କର୍ମୀ ଗଣେଶ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏଭଳି ଏକ ଖବର ପ୍ରଚାର ହେବା ପରେ ଅଞ୍ଚଳର ଚାଷୀ ମାନଙ୍କ ମଧ୍ୟରେ ଉତ୍ସ।ହିତ ଦେଖାଯିବା ସହ ପୁର୍ବତନ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି ।

jittmm
Leave A Reply

Your email address will not be published.