- ଦ୍ଵିତୀୟ ଡୋଜ଼ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ
ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତା୨୨/୦୭/୨୧ ଓ ତା୨୩/୦୭/୨୧ରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକ ଓ ସୋନପୁର ମ୍ୟୁନିସିପାଲିଟିରେ ବ୍ୟବସ୍ଥିତ ୪୯ଟି କେନ୍ଦ୍ରରେ, ଯଥା ସୋନପୁର ବ୍ଲକରେ ୦୯ଟି କେନ୍ଦ୍ର, ଡୁଙ୍ଗୁରିପାଲି ବ୍ଲକରେ ୦୮ଟି କେନ୍ଦ୍ର, ବିନିକା ବ୍ଲକରେ ୦୯ଟି କେନ୍ଦ୍ର, ବୀରମହାରାଜପୁର ବ୍ଲକରେ ୦୮ଟି କେନ୍ଦ୍ର, ତରଭା ବ୍ଲକରେ ୦୭ଟି କେନ୍ଦ୍ର, ଉଲୁଣ୍ଡା ବ୍ଲକରେ ୦୬ଟି କେନ୍ଦ୍ରରେ ଏବଂ ସୋନପୁର ମ୍ୟୁନିସିପାଲିଟିର ୦୨ଟି କେନ୍ଦ୍ରରେ ୧୮ରୁ ଉର୍ଦ୍ଧ ବର୍ଷ ହିତାଧିକାରୀଙ୍କୁ ଟୀକା ପ୍ରଦାନ କରାଯିବ । ହିତାଧିକାରୀ ଟୀକାକରଣ ନିମନ୍ତେ ପଞ୍ଜିକୃତ କରି ନିଯୁକ୍ତି ଚିଠାକୁ ଅନୁସୂଚିତ କରାଇପାରିବେ ଅଥବା ଉକ୍ତ ଦିନ ନିର୍ଧାରିତ ସମୟ ସକାଳ ୯ଟାରେ କେନ୍ଦ୍ରକୁ ଯାଇ ଟୀକା ନିମନ୍ତେ ଅଗ୍ରିମଟୋକନ ସଂଗ୍ରହ କରିପାରିବେ । ସ୍ଲଟ ବୁକିଂ କରିଥିବା ହିତାଧିକାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟୀକା ପ୍ରଦାନ କରାଯିବ । ଉକ୍ତ ଦିନ ଗୁଡିକରେ ଟୀକାକରଣ ପାଇଁ ଯୋଗ୍ୟ ପଞ୍ଜିକୃତ ହିତାଧିକାରୀ ନିଜର ନିଯୁକ୍ତି ଚିଠା(ମୋବାଇଲ ମେସେଜ/ଚିଠାର ହାର୍ଡ କପି) ପଞ୍ଜିକରଣ ସମୟରେ ବ୍ୟବହୃତ ପରିଚୟ ପତ୍ର ସାଙ୍ଗରେ ଆଣି ସୂଚିତ ନିର୍ଦ୍ଧାରିତ ସମୟରେ ଉଦ୍ଧିଷ୍ଟ ଟୀକାକରଣ କେନ୍ଦ୍ରକୁ ପହଞ୍ଚି ଟୀକା ଗ୍ରହଣ କରିବେ । ବିନା କୌଣସି ସୂଚନାରେ ଟୀକାକେନ୍ଦ୍ରକୁ ଯାଇ ହଇରାଣ ନ ହେବା କିମ୍ବା କେନ୍ଦ୍ରରେ ଅଯଥାରେ ଭିଡ଼ ନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁରୋଧ କରାଯିବା ସହ ଯେତେବେଳେ ଯାହାର ପାଳି ଆସୁଛି ସେମାନେ କେବଳ କେନ୍ଦ୍ରକୁ ଆସିବାକୁ ପରାମର୍ଶ ଦିଆଯାଉଛି । ଏହି ଟୀକାକରଣ ଉକ୍ତ ଦିନ ଗୁଡ଼ିକରେ ସକାଳ ୦୯ରୁ ସନ୍ଧ୍ୟା ୦୬ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିବ । ହିତାଧିକାରୀ ଟୀକାକରଣ ପାଇଁ ଅନଲାଇନ https://selfregistration.cowin.gov.inରେ ପଞ୍ଜିକରଣ କରାଇ ସ୍ଲଟ ଅନୁସୂଚିତ କରାଇପାରିବେ । ତା୨୧/୦୭/୨୧ ରାତ୍ର ୯ ଘଂରୁ ପଞ୍ଜିକରଣ ନିମନ୍ତେ ସ୍ଲଟ ଖୋଲା ରହିବ ।