oom

ସୁଖ ଦୁଃଖରେ ସାଥୀହୋଇ ବାଟଚାଲି ପାରିଲେ ହିଁ ଦାମ୍ପତ୍ୟ ଜୀବନ ସୁଖମୟ ହୁଏ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ବାହୁଡା ଯାତ୍ରାର ପବିତ୍ର ଲଗ୍ନରେ ସ୍ଥାନୀୟ ଟିକ୍ରାପଡା ଜଗନ୍ନାଥ ମନ୍ଦିର ଠାରେ ପୂଜ୍ୟ ପୂଜା ସେବା ସଂଗଠନର ସମ୍ପାଦକ ମଦନ ମୋହନ ରଥଙ୍କ ୨୫ତମ ବିବାହ ବାର୍ଷିକୀ ଅବସରରେ ଉପସ୍ଥିତ ସଦସ୍ୟ ମାନେ ଏହି ମତ ରଖିଥିଲେ । ଅନୁଷ୍ଠାନର ସଭାପତି ଡାକ୍ତର ଅଶୋକ କୁମାର ସେଠିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଅନୁଷ୍ଠାନର ଉପଦେଷ୍ଟା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଓ ଆଦ୍ୟଶକ୍ତି ନାରୀ ସଂଗଠନର ସଦସ୍ୟା ମାଳତୀ ଉଦ୍‌ଗାତା, ମଦନ ମୋହନ ରଥ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ସଞ୍ଜୁଲତା ମିଶ୍ର (ସୀମା)ଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସମ୍ୱର୍ଦ୍ଧିତ କରିଥିଲେ । କବି ରତ୍ନମୟ ତ୍ରିପାଠୀଙ୍କ ସଂଯୋଜନାରେ ଉପସ୍ଥିତ ସଦସ୍ୟ ମାନେ ଶ୍ରୀଯୁକ୍ତ ରଥ ଓ ତାଙ୍କ ପରିବାରର ମଙ୍ଗଳ ମନାସି ଶୁଭେଚ୍ଛା ବାର୍ତ୍ତା ଓ ସ୍ୱରଚିତ କବିତା ପାଠ କରିଥିଲେ । ସନ୍ଧ୍ୟାରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରେ ୨୫ ଶହ ସନ୍ଧ୍ୟା ଆଳତୀ ପ୍ରଦାନ କରି ପରିବାରର ମଙ୍ଗଳ କାମନା କରାଯାଇଥିଲା । ସମସ୍ତ ଶୁଭେଚ୍ଛା ବାର୍ତ୍ତା ଓ କବିତା ଗୁଡିକୁନେଇ ଏକ ସଂକଳନ କରାଯାଇ ଏହି ଦମ୍ପତିଙ୍କୁ ଭେଟି ଦିଆଯିବ ବୋଲି ଏହି ଅବସରରେ ନିଷ୍ପତ୍ତି ହୋଇଥିଲା । ଏହି କାର୍ଯ୍ୟକ୍ରମରେ ହୃଷିକେଶ ପୁରୋହିତ, ଚୂଡେଦ୍ର ବେହେରା, ଅଚ୍ୟୁତାନନ୍ଦ ଉଦ୍‌ଗାତା, ମଧୁ ସାହୁ, ବଳିଷ୍ଠ ପ୍ରଧାନ, ଧର୍ମବ୍ରତ ରଥ, ତପସ୍ୱିନୀ ପଶାୟତ, କସ୍ତୁରୀ ରଥ, ଜ୍ୟୋତିରାଣୀ ମିଶ୍ର, ଜୟରାମ ମିଶ୍ର, ମଧୁସୂଦନ ନେଗୀ, ଅନନ୍ତ ବିଶ୍ୱାଳ, ଜ୍ୟୋତିରଞ୍ଜନ ମିଶ୍ର ପ୍ରମୁଖ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ଅରୁଣ ଖୁଆସ, ଦୁର୍ଗା ଚରଣ ସାହୁ, ପ୍ରଶାନ୍ତ ଷଡ଼ଙ୍ଗୀ ଓ କୋଶଳ ରଥ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.