ବିନା ଗାର୍ଡ଼ ୱାଲରେ କଂକ୍ରିଟ କାମ : ବ୍ଳକ ଅଧ୍ୟକ୍ଷାଙ୍କୁ ଅଭିଯୋଗ କଲେ ଚାଷୀ, ଗାର୍ଡ଼ ୱାଲ ନକଲେ କାମ ବନ୍ଦ କର

ଦେଓଗାଁ, (ମନୀଷ କୁମାର ସାହୁ) : ଆମ କ୍ଷେତକୁ ଯିବା ପାଇଁ କଂକ୍ରିଟ ରାସ୍ତା କାମ ଆରମ୍ଭ ହେଉଛି । ପ୍ରତି ବର୍ଷ ରାସ୍ତା ଧୋଇ ନେଉଥିବାରୁ ମାଟିକୁ ବାହାର କରି ଚାଷ କାମ କରୁଛୁଁ । ଗତ ବର୍ଷ ରାସ୍ତା ଧୋଇ ନେଇଥିବା ମାଟି ବର୍ତ୍ତମାନ ପର୍ୟ୍ୟନ୍ତ ଜମୀରେ ପଡ଼ିଛି । ମାଟି ଉଠାଇବାକୁ ପ୍ରତିବର୍ଷ ଖର୍ଚ୍ଚନ୍ତ ହେଉ ଅଛୁଁ । ହେଲେ ଚଳିତ ବର୍ଷ କେର୍ଉ ଅନୁଦାନରୁ ଆସିଛି କେଜାଣି କଂକ୍ରିଟ କାମ ଚାଲିଛି । ଗାର୍ଡ଼ ୱାଲ ନ କରି କ୍ଂକ୍ରିଟ କଲେ ପୂର୍ବ ପରି ମାଟି ନୁହେଁ ବାଲି ପଥର ଓ ସିମେଣ୍ଟ ଜମିରେ ଭର୍ତ୍ତି ହେବ। ତେଣୁ କାମ ବନ୍ଦ କରାଯାଉ, ନଚେତ ଜିଳ୍ଲାପାଳଙ୍କୁ ଅଭିଯୋଗ କରାଯିବ ବୋଲି ଚାଷୀମାନେ ବ୍ଳକ ଅଧ୍ୟକ୍ଷାଙ୍କ ଠାରେ ଅଭିଯୋଗ କରିଛନ୍ତି । ଅଧ୍ୟକ୍ଷା ଶ୍ରୀମତୀ ମେହେର ଅନୁସନ୍ଧାନ କରି ପଦକ୍ଷେପ ନିଆଯିବ ବୋଲି ଚାଷୀଙ୍କୁ ଆଶ୍ୱସନା ଦେଇଛନ୍ତି । ଅଭିଯୋଗକୁ ଭିତ୍ତି କରି ତଦନ୍ତ କରାଯିବାରୁ ଜଣାପଡ଼ିଛି ଯେ, ଜାତୀୟ ରାଜପଥ ୨୬ର ଦେଓଗାଁ ପଞ୍ଚାୟତର କଛାରପାଲିରୁ କଛାରକୁ ଯିବା ରାସ୍ତା ଉପରେ ପ୍ରାୟ ୫୦ରୁ ଅଧିକ ଚାଷୀ ନିର୍ଭର କରିଥାନ୍ତି । ଉଭୟ ପଟରେ ଚାଷୀଙ୍କ ଜମି ଅଛି । ପ୍ରତି ଦିନ କଛାର ନିକଟରେ ଥିବା ସୋନଗଡ଼ ନଦୀରୁ ୫୦ରୁ ଅଧିକ ବାଳି ବୋଝେଇ ଟ୍ରାକ୍ଟର ଯିବା ଆସିବା କରିଥାଏ । ଚାଷୀ ଓ ତାର ହଳ, ବଳଦ ଯିବା ଆସିବା କରିବା, ରାସ୍ତାରେ ଟ୍ରାକ୍ଟର ଯିବା ଆସିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି । ଏପରି ସ୍ଥିତିରେ ରାସ୍ତାରେ ଗାର୍ଡ଼ ୱାଲ ନ କରି ବେପାରୁଆ ମନୋଭାବରେ କଂକ୍ରିଟ ରାସ୍ତା କରିବା ରାଜନେତାଙ୍କ ମୁଖା ଖୋଳି ଦେଉଛି । ଏ ସଂକ୍ରାନ୍ତରେ ସଂପୃକ୍ତ କନି‌ଷ୍ଟ ଯନ୍ତ୍ରୀ ଜ୍ୟୋତି ରଞ୍ଜନ ମହାନ୍ତିଙ୍କୁ ପଚାରିବାରୁ ରାସ୍ତାର ବ୍ୟବହାରକୁ ନେଇ କାମ କରାଯାଉଛି ବୋଲି କହିଛନ୍ତି । ତେଣୁ ବିନା ଗାର୍ଡ଼ୱାଲରେ କଂକ୍ରିଟ ରାସ୍ତା କରା ନଯିବାକୁ ଚାଷୀ ମହଳରେ ଦାବୀ ହେଉଛି ।

Leave A Reply

Your email address will not be published.