ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ଅନେକ ଅଂଚଳରେ ବନ୍ୟା ପରି ପରିସ୍ଥିତି : ଅନେକ ରେଳ ଲାଇନ ବି ଅଚଳ

ମୁମ୍ବାଇ : ମୁମ୍ବାଇରେ ପ୍ରବଳ ବର୍ଷା ସାଧାରଣ ଜୀବନକୁ ବହୁତ ପ୍ରଭାବିତ କରିଛି । ମୁମ୍ବାଇର ତଳି ଅଂଚଳରେ ରହୁଥିବା ଲୋକେ ଘୋର୍‌ ବର୍ଷା ଯୋଗୁଁ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶନିବାର ରାତି ସାରା ମାୟାନାଗରୀ ମୁମ୍ବାଇରେ ପ୍ରବଳ ବର୍ଷା ହୋଇଥିଲା । ଯେଉଁଥିପାଇଁ ଅନେକ ତଳି ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରେଳ ଟ୍ରାକରେ ପାଣି ଭର୍ତ୍ତି ହୋଇଯିବା ଯୋଗୁଁ କେନ୍ଦ୍ରୀୟ ରେଳବାଇର ସ୍ଥାନୀୟ ଟ୍ରେନ୍‌ ସେବା ମଧ୍ୟ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ଦାଦର ହିନ୍ଦମାତା, ସିଓନ୍‌, କିଙ୍ଗ ସର୍କଲ, ଚୁନା ଭଟ୍ଟି, କୁର୍ଲା, ଚେମ୍ବୁର, ଅନ୍ଧେରି, ମାଲାଡର ସମସ୍ତ ନିମ୍ନମାନର ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆଶ୍ୱସ୍ତର ବିଷୟ ଯେ, ସାରା ରାତି ବର୍ଷା ଜାରି ରହିଥିଲେ ମଧ୍ୟ ସକାଳୁ ତାହା ବନ୍ଦ ହୋଇଛି ।

Leave A Reply

Your email address will not be published.