csstore

ରାଜ୍ୟରେ କରୋନା ସଂକ୍ରମଣ : ଗତ ୨୪ ଘଂଟାରେ ୨୨୧୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରୁ ଗତ ୨୪ ଘଂଟା ମଧ୍ୟରେ ୨୨୧୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୨୭୨ କ୍ୱାରେନ୍‌ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୯୪୩ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା ଅନୁସାରେ ଅନୁଗୁଳରୁ ୮୯, ବାଲେଶ୍ୱରରୁ ୧୫୦, ବରଗଡ଼ରୁ ୧୪, ଭଦ୍ରକରୁ ୭୮, ବଲାଙ୍ଗିରରୁ ୧୮, ବୌଦ୍ଧରୁ ୧୬, କଟକରୁ ୩୪୮, ଦେବଗଡ଼ରୁ ୧, ଢେଙ୍କାନାଳରୁ ୫୪, ଗଜପତିରୁ ୧୭, ଗଂଜାମରୁ ୧୨, ଜଗତସିଂହପୁରରୁ ୧୨୬, ଯାଜପୁରରୁ ୧୨୪, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୫, କନ୍ଧମାଳରୁ ୧୪, କେନ୍ଦ୍ରାପଡ଼ାରୁ ୯୫, କେଉଁଝରରୁ ୪୨, ଖୋର୍ଦ୍ଧାରୁ ୪୮୩, କୋରାପୁଟରୁ ୧୦, ମାଲକାନଗିରିରୁ ୨୫, ମୟୁରଭଂଜରୁ ୯୯, ନବରଙ୍ଗପୁରରୁ ୪, ନୟାଗଡ଼ରୁ ୬୯, ନୂଆପଡ଼ାରୁ ୫, ପୁରୀରୁ ୮୪, ରାୟଗଡ଼ାରୁ ୨୯, ସମ୍ବଲପୁରରୁ ୪୧, ସୋନପୁରରୁ ୧୦, ସୁନ୍ଦରଗଡ଼ରୁ ୪୩ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୧୦୦ ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ ରାଜ୍ୟରେ ଆଜି ପର୍ୟ୍ୟନ୍ତ ୯୫୪୩୨୬ ଜଣ ସମୁଦାୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୨୭୯୨୬ ଜଣ ସୁସ୍ଥ ହୋଇ ସାରିଛନ୍ତି । ରାଜ୍ୟରେ ୨୧ ହଜାର ୨୮୯ ଜଣ ଏବେ ଏକ୍‌ଟିଭ୍‌ ପଜିଟିଭ୍‌ ରହିଥିବା ସୂଚନାରେ କୁହାଯାଇଛି ।

jayashree
Leave A Reply

Your email address will not be published.