ଲଳିତ ନାୟକ ଶ୍ରମିକ କର୍ମଚାରୀ ମହାସଂଘ ତରଫରୁ ସ୍ୱାସ୍ଥ୍ୟ ସଚେତନତା ଅଭିଯାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲଳିତ ନାୟକ ଶ୍ରମିକ କର୍ମଚାରୀ ମହାସଂଘ ତରଫରୁ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ମାଇଲ ଫର୍‌ ଅଲ୍‌ର ସହଯୋଗୀତାରେ ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ସମ୍ମୁଖରେ ଏକ ସଚେତନତା ଅଭିଯାନ ପାଇଁ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ମେଡିକାଲ ଅଧିକ୍ଷକ ଡା. ମହେନ୍ଦ୍ର କୁମାର ନାଏକ, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରଭାତ କୁମାର ରଥ ଓ ଟାଉନ ଅଧିକାରୀ ପ୍ରିୟଙ୍କା ରାଉତରାୟ ଯୋଗ ଦେଇଥିଲେ । ପ୍ରଥମେ ବିଶିଷ୍ଟ ମାହାନ ସମାଜସେବୀ ସ୍ୱର୍ଗତ ଲଳିତ ନାୟକଙ୍କ ଫଟୋଚିତ୍ରରେ ଅତିଥିବୃନ୍ଦ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ଜଳନ କରିଥିଲେ । ମହାସଂଘ ତରଫରୁ ଆରମ୍ଭ କରାଯାଇଥିବା କାର୍ଯ୍ୟକୁ ତଥା ସ୍ମାଇଲ ଫର୍‌ ଅଲ୍‌ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ପ୍ରଶଂସା କରିଥିଲେ ଓ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ଆଇ.ଆଇ.ସି ମହାଶୟାଙ୍କୁ ଅନୁରୋଧ କରାଯାଇଥିଲା ଯେ, ବିଭିନ୍ନ ସମୟରେ ପେଟ୍ରୋଲିଂ କରି ଅମାନିଆଁ ମାନଙ୍କୁ ଧରପକଡ କରି ଦଣ୍ଡଦେବା ପାଇଁ । ପ୍ରତ୍ୟୁତ୍ତରରେ ଶ୍ରୀମତୀ ରାଉତରାୟ କହିଥିଲେ ଯେ, କୌଣସି ସମୟରେ ଅସୁବିଧା ହେଲେ ଟେଲିଫୋନ ମାଧ୍ୟମରେ ଜଣାଇବେ ଓ ବିହିତ କାର୍ଯ୍ୟାନୁଷ୍ଠାନ ନିଶ୍ଚୟ ଗ୍ରହଣ କରାଯିବ । ସର୍ବ ପ୍ରଥମେ ମହା ସଂଘର ମହାସଚିବ ପ୍ରଭାକର ମିଶ୍ର ସ୍ପଷ୍ଟ ଭାବରେ ସଚେତନତା ଅଭିଯାନ ବାବଦରେ ସମସ୍ତଙ୍କୁ ଅବଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷଦ୍ୱୟ ରତନ କୁମାର ମହାରଣା ଓ ପ୍ରଭାସ ପାଣିଗ୍ରାହୀ, ମୁଖ୍ୟ ଉପଦେଷ୍ଟା ପଦ୍ମ ଚରଣ ଆଚାର୍ଯ୍ୟ, ଉପଦେଷ୍ଟାମାନେ ଶ୍ରୀୟାକାନ୍ତ ପାଣିଗ୍ରାହୀ, ବଞ୍ଚଚି ହୋତା, ମନୋରଂଜନ ମିଶ୍ର, ସଂଗଠନ ସଂପାଦକ ସୁନିଲ ଚନ୍ଦ୍ର ବିଶ୍ୱାଲ, ସଭ୍ୟ କିଶୋର ମିଶ୍ର, ଲମ୍ବୋଦର ସାଏ, ବୁବୁନ ନାୟକ, ସୋମନାଥ ମିଶ୍ର, ବିବେକାନନ୍ଦ ପଟେଲ ଓ ସ୍ମାଇଲ ଫର୍‌ ଅଲ୍‌ ଅନୁଷ୍ଠାନର ସଭାପତି ସତ୍ୟବ୍ରତ ସାହାଣୀ, ସଂପାଦକ ସଂଜିବ ସାହୁ, ଉପଦେଷ୍ଟା ଅମୁଲ୍ୟ ସେଠ, ସଭ୍ୟ ସୁଜିତ ଚନ୍ଦନ, ଶିବୁ ବଗର୍ତ୍ତି, ସୌଭାଗ୍ୟ ବେହେରା, ରବି ଚାନ୍ଦ, ବିକାଶ ବିଶ୍ୱାଲ, ବଣ୍ଟି ଘିଭେଲା, ରାମ ବଗର୍ତ୍ତୀ, ରବିନ୍ଦ୍ର ଜାଲ, ପ୍ରଶାନ୍ତ ବିଶି, ମିକି ନାଏକ, ରାହୁଲ ନନ୍ଦ, ଆକାଶ ନାଏକ, ସୁବ୍ରତ ପ୍ରଭାତ ମିଶ୍ର, ସୁଦର୍ଶନ ଚିରଗୁନ, ରୋହିତ ପ୍ରଧାନ, ସଞ୍ଜୁ ନାଏକ, ସୌଦାମିନୀ ମିଶ୍ର, ରଞ୍ଜୁ ନାଏକ ଓ ରେଳ ଉପଭୋକ୍ତା ସଂଘର ସାଧାରଣ ସଂପାଦକ ଗୋପବନ୍ଧୁ ପୁରୋହିତ ଉପସ୍ଥିତ ଥିଲେ । ଶେଷରେ ନାଗରିକ କମିଟିର ବରିଷ୍ଠ ସଦସ୍ୟ ବିଷ୍ଣୁ ପ୍ରସାଦ କେଡିଆ ସମସ୍ତଙ୍କୁ ଉଦ୍‌ବୋଧନ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.