ଅବସରପ୍ରାପ୍ତ ରେଞ୍ଜର କବିସୂର୍ଯ୍ୟ ମିଶ୍ରଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କବିସୂର୍ଯ୍ୟ ମିଶ୍ରଙ୍କ ୭୯ ବର୍ଷ ବୟସରେ ମାଲପଡାସ୍ଥିତ ନିଜ ବାସଭବନରେ ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ସେ ୧୯୪୩ରେ ଗଇଁନ୍ତଲା ଠାରେ ଜନ୍ମଗ୍ରହଣ କରିଥିଲେ । ଫରେଷ୍ଟ ରେଞ୍ଜରରୁ ଅବସର ଗ୍ରହଣ କରିଥିଲେ । ଅବସର ଗ୍ରହଣ କରିବା ପରେ ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ଥିଲେ । ସେ ମାଲପଡା ନାଗରିକ କମିଟିର ବରିଷ୍ଠ ସଦସ୍ୟ ଥିଲେ । ତାଙ୍କର ଶେଷ ସମୟରେ ଦୁଇ ଝିଅ ମିନି ଓ ଆନନ୍ଦିନୀ, ଜ୍ୱାଇଁ ସୁବାଷ ପଣ୍ଡା ଓ ନାତି ନାତୁଣି ଉପସ୍ଥିତ ଥିଲେ । ତାଙ୍କର ପୁତ୍ର ପୂର୍ଣ୍ଣଚନ୍ଦ୍ର ମିଶ୍ର ମୁଖ୍ୟାଗ୍ନି ଦେଇଥିଲେ । ତାଙ୍କର ପରଲୋକରେ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

three × 2 =

error: Content is protected !!