ଭୁବନେଶ୍ୱରୀ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ସମାରୋହ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା କଲେଜଛକସ୍ଥିତ କସ୍ତୁରୀବାଇ ଆଶ୍ରମ ଠାରେ ମା’ଭୁବନେଶ୍ୱରୀଙ୍କ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଆଶ୍ରମର ବାବା ହନୁମାନ ଦାସଙ୍କ ପୌରହିତ୍ୟରେ ଆୟୋଜିତ ତ୍ରିଦିବସୀୟ ଏହି କାର୍ଯ୍ୟକ୍ରମରେ ବାବା ଗିରିବର ଦାସଙ୍କ ସମେତ ପଶ୍ଚିମ ଓଡିଶା ଶ୍ରୀ ସମ୍ପ୍ରଦାୟର ୧୮ ଜଣ ମହନ୍ତ ଯୋଗ ଦେଇଥିଲେ । ପ୍ରାରମ୍ଭରେ କଳସ ଯାତ୍ରା, ବିଗ୍ରହ ପ୍ରାଣ ପ୍ରତିଷ୍ଠା ଓ ଯଜ୍ଞ କାର୍ଯ୍ୟ ସମାପନ ହୋଇଥିଲା । ରାଜକିଶୋର ମିଶ୍ର, ସମାରୁ ପଧାନ, ଗୁହାଲୁ ସାହୁ ଓ ମାଧବ ମିଶ୍ର ସପତ୍ନୀକ ଯଜ୍ଞକର୍ତ୍ତା ଦାୟିତ୍ୱ ନିର୍ବାହ କରିଥିବା ବେଳେ ବିରଞ୍ଚି ମନହୀରା, ଅଶ୍ୱିନୀ ସାହୁ, ଶ୍ୟାମସୁନ୍ଦର ପାଣ୍ଡେ, ଉପେନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.