oom

ଏସ୍‌ୟୁସିଆଇ ପକ୍ଷରୁ ଓଡ଼ିଶା ବନ୍ଦ ପାଳନ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପେଟ୍ରୋଲ ଡିଜେଲ ରନ୍ଧନଗ୍ୟାସ ଓ ଅତ୍ୟାବଶ୍ୟକୀୟ ଦ୍ରବ୍ୟର ମୂଲ୍ୟ ହ୍ରାସ ଦାବୀରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ପକ୍ଷରୁ ସାରା ଓଡିଶା ପ୍ରତିବାଦ ଦିବସ ଅବସରରେ ଆଜି ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ କମିଟି ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ ସହ ବିକ୍ଷୋଭ କମାପଲ୍ଲୀ ଛକ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, କରୋନା ମହାମାରୀ ଯୋଗୁଁ ବର୍ତ୍ତମାନ ଦେଶ ହାହାକାରମୟ ପରିସ୍ଥିତି ଦେଇ ଗତି କରୁଛି । କୋଟି କୋଟି ଲୋକ ତାଙ୍କର କର୍ମ ସଂସ୍ଥାନ ହରାଇଛନ୍ତି, ଅନାହାର ଅର୍ଦ୍ଧାହାରରେ କାଳାତିପାତ କରୁଛନ୍ତି ଓ ମଧ୍ୟବିତ୍ତ ଶ୍ରେଣୀର ଆର୍ଥିକ ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି । ଏହିଭଳି ଏକ ସଂକଟମୟ ପରିସ୍ଥିତିରେ ଆକାଶ ଛୁଆଁ ମୂଲ୍ୟ ବୃଦ୍ଧି ବେଡ଼ି ଉପରେ କୋରଡ଼ା ମାଡ ସଦୃଶ, ଅତ୍ୟନ୍ତ ବେଦନା ଦାୟକ ଓ ଏହା ସରକାରଙ୍କ ଜନ ବିରୋଧୀ ଆଭିମୁଖ୍ୟକୁ ପ୍ରଦର୍ଶୀତ କରୁଛି । ପ୍ରତିଦିନ ପେଟ୍ରୋଲ, ଡିଜେଲର ମୂଲ୍ୟ ବୃଦ୍ଧି ଘଟୁଛି । ଗତ ଦୁଇ ମାସ ମଧ୍ୟରେ ପେଟ୍ରୋଲର ୩୮ ଥର, ଡିଜେଲର ୩୬ ଥର ମୂଲ୍ୟ ବୃଦ୍ଧି ଘଟିଛି । ପେଟ୍ରୋଲ ଦର ବଢି ବଢି ବର୍ତ୍ତମାନ ଲିଟର ପିଛା ଆମ ରାଜ୍ୟରେ ୧୦୧ ଟଙ୍କା ଅତିକ୍ରମ କରିଥିବା ବେଳେ ଡିଜେଲ ୯୮ ଟଙ୍କାରେ ଓ ରନ୍ଧନଗ୍ୟାସର ମୂଲ୍ୟ ୯୦୦ ଟଙ୍କାରେ ପହଞ୍ଚିଛି । ଏହି ମୂଲ୍ୟ ବୃଦ୍ଧି ସମ୍ପର୍କରେ କେନ୍ଦ୍ର ସରକାର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ମିଥ୍ୟା ସଫେଇ ଦେଉଛନ୍ତି । ଅନ୍ୟଦିଗରେ ଖାଇବା ତେଲ, ଡାଲି ଠାରୁ ଆରମ୍ଭ କରି ପ୍ରତ୍ୟେକ ନିତ୍ୟ ପ୍ରୟୋଜନୀୟ ଦ୍ରବ୍ୟର ଆକାଶ ଛୁଆଁ ମୂଲ୍ୟ ବୃଦ୍ଧି ଜନଜୀବନକୁ ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି । ସାରା ଦେଶର ଜନଗଣଙ୍କ ସଂଗଠିତ ଓ ଶକ୍ତିଶାଳୀ ଗଣ ଆନ୍ଦୋଳନ ହିଁ କର୍ପୋରେଟ ସ୍ଵାର୍ଥ ରକ୍ଷାକାରୀ ଏଭଳି ଚରମ ଜନବିରୋଧୀ ମୂଲ୍ୟ ବୃଦ୍ଧିକୁ ପ୍ରତିହତ କରିପାରିବ ବୋଲି ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ପକ୍ଷରୁ କୁହାଯିବା ସହ ତୁରନ୍ତ ଡିଜେଲ, ପେଟ୍ରୋଲ, ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ଦ୍ରବ୍ୟର ଦର ହ୍ରାସ କରିବା ପାଇଁ ସରକାରଙ୍କ ନିକଟରେ ପାର୍ଟି ପକ୍ଷରୁ ଦୃଢ ଦାବୀ କରାଯାଇଛି ।

ଆଜିର ଏହି କାର୍ଯ୍ୟକ୍ରମରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ କମିଟିର ସମ୍ପାଦକ ସୋମନାଥ ବେହେରାଙ୍କ ସମେତ ନିମାଇଁ ଚରଣ ସାହୁ, ନାରାୟଣ ସାହୁ, ପପୁନ ସାହୁ, ମଧୁସୂଦନ ଦାସ, କିସାନ ସାହୁ, କାମରାଜୁ ସାହୁ, ଶୁଭସ୍ମିତା ପାଣିଗ୍ରାହି ଆଦି ପାର୍ଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.