centurian jitm

‘କୋଶଳ ପ୍ରବାହ’ର ପ୍ରଭାବ : ବିଳାସିନୀ ଏବଂ ଯଶୋବନ୍ତଙ୍କ ଟ୍ୱିଟ୍‌ ପରେ ଉଦ୍ଧାର ହେଲେ ଦିବ୍ୟାଙ୍ଗ ମନୋଜ

ସୋନପୁର, (ପ୍ରଭୁଦତ୍ତ ରଥ ରଥ) : ସୋନପୁର ବସଷ୍ଟାଣ୍ଡ ନିକଟ ପଞ୍ଚରଥ ମନ୍ଦିର ଠାରେ ଅସହାୟ ଅବସ୍ଥାରେ ବଲାଙ୍ଗିର ଜିଲ୍ଲାର ୨୩ ବର୍ଷୀୟ ଭିନ୍ନକ୍ଷମ ଯୁବକ ମନୋଜ ରହି ଆସୁଥିଲେ । ମନୋଜଙ୍କ ବାପା ମାଆ ଆନ୍ଧ୍ରପ୍ରଦେଶର ଏକ ଇଟାଭାଟିରେ ଦାଦନ ଖଟନ୍ତି । ମନୋଜ ନିଜର ଜେଜେବାପା ସହିତ ରୁହନ୍ତି । ସେ ମାଗି ଯାଚି ଯାହା ପାଇଲେ ଖାଆନ୍ତି । ସେ ବସଷ୍ଟାଣ୍ଡ ଠାରେ ଆଶ୍ରୟ ନେଉଥିବା ଖବର କିଛିଦିନ ତଳେ ‘କୋଶଳ ପ୍ରବାହ’ରେ ପ୍ରକାଶିତ ହୋଇଥିଲା । ତେବେ ଏହି ଖବରକୁ ଯୁବ ସମାଜସେବୀ ଯଶୋବନ୍ତ ରଣା ଓ ବିଳାସିନୀ ରଣା ଟ୍ୱିଟର ମାଧ୍ୟମରେ ସୋନପୁର ଜିଲ୍ଲାପାଳ, ସୋନପୁର ମ୍ୟୁନିସିପାଲିଟିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅଭିଯୋଗକୁ ଭିତ୍ତି କରି ତାଙ୍କୁ ସୋନପୁର ମ୍ୟୁନିସିପାଲିଟି ଉଦ୍ଧାର କରିଥିଲେ । ଉଦ୍ଧାର କରି ତାଙ୍କୁ ସହରରେ ଥିବା ଆଶ୍ରୟ ସ୍ଥଳୀରେ ନେଇ ରଖିଛନ୍ତି । ତାଙ୍କୁ ସମସ୍ତ ସହାୟତା ଯୋଗାଇ ଦେବେ ବୋଲି ମଧ୍ୟ ସୋନପୁର ମ୍ୟୁନିସିପାଲିଟି ଉତ୍ତର ରଖିଛନ୍ତି । ସମାଜସେବୀଙ୍କ ଏହି ଉଦ୍ୟମକୁ ସାଧାରଣରେ ବେଶ୍‌ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.