ଲୋଇସିଂହା ସିଏଚସିକୁ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର୍‌ ପ୍ରଦାନ

ଲୋଇସିଂହା, (କେପିଏନ୍‌ଏସ୍‌) : ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ୱାର୍ଲଡ଼ ଭିଜନ ଇଣ୍ଡିଆ ପକ୍ଷରୁ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବୁଧବାର ୧୦ ଗୋଟି ଅକ୍ସିଜେନ କନ୍‌ସନ୍‌ଟ୍ରେଟର୍‌ ପ୍ରଦାନ କରାଯାଇଛି । ୱାର୍ଲଡ଼ ଭିଜନ ତରଫରୁ ବିଧାୟକ ଡ଼ ମୁକେଶ ମହାଲିଙ୍ଗ ଆନୁଷ୍ଠାନିକ ଭାବେ ସ୍ୱାସ୍ଥ୍ୟକେନ୍ଦ୍ରର ଡ. ଅରବିନ୍ଦ କାଳସାଏଙ୍କୁ ଅକ୍ସିଜେନ କନ୍‌ସନ୍‌ଟ୍ରେଟର୍‌ ଗୁଡିକ ପ୍ରଦାନ କରିଥିଲେ । ଏହି ସମୟରେ ୱାର୍ଲଡ଼ ଭିଜନ ମେନେଜର ଅମିନ ପାଣିଗ୍ରାହୀଙ୍କ ସମେତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.