csstore

ବନ୍ଦୀ ଜୀବନରୁ କେବେ ମୁକୁଳିବ ରିନ୍‌ଟୁ ମୁଦୁଲି : ସରକାରୀ ଚିକିତ୍ସା ଅପେକ୍ଷାରେ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ତାଲମେଂଡା ପଂଚାୟତ ସହଁରାଟିକରା ଠାରେ ଏକ ଅସହାୟ ପରିବାର ବସବାସ କରନ୍ତି । ନିଜର ଜମି ବାଡି କିଛି ନାହିଁ ଅନ୍ୟର ଜାଗାରେ କୁଡିଆ ଘର ଆଶ୍ରୟ କରି ରହନ୍ତି । ଗତ ତିନି ବର୍ଷ ହେଲା ସ୍ଵାମୀ ଆରପାରିକୁ ଚାଲିଯାଇଥିବା ବେଳେ ବର୍ତ୍ତମାନ ହାରା ମୁଦୁଲି ଏକ ମାତ୍ର ପୁଅ ରିନ୍‌ଟୁ ମୁଦୁଲି ବୟସ ୨୬ ବର୍ଷ ହେଲାଣି, ଜଣେ ମାନସିକ ରୋଗୀ ତାକଂର ହାତ, ଗୋଡରେ ଲୁହା ଶିକୁଳି ଲାଗି ରହିଥିବାରୁ ମା’ ହାରା ଅନ୍ୟ କାମ କରିବାକୁ ଇଚ୍ଛା ଥିଲେ ବି ଯାଇପାରନ୍ତି ନାହିଁ । ପୁଅର ସେବା କରିବାରେ ତାଙ୍କର ସମୟ ସରିଯାଏ । ପୁଅର ସମସ୍ତ ନିତ୍ୟ କର୍ମ କରିବାକୁ ପଡିଥାଏ । ବର୍ତମାନ ସରକାରୀ ସାହାଯ୍ୟ କହିଲେ ବିଧବା ଭତ୍ତା ଓ ପୁଅର ବିକଲାଂଗ ଭତ୍ତା ସହିତ ବିପିଏଲ୍. ଚାଉଳ ୧୦ କେଜି ପାଉଛନ୍ତି । ବର୍ତ୍ତମାନ ପୁଅର ଔଷଧ ଖର୍ଚ୍ଚ ବାବଦରେ ମାସକୁ ୨୦୦୦ ହଜାର ଫଳରେ ଉଭୟ ମା’ ଓ ପୁଅ ଚଳିବା କଷ୍ଟ ସାଧ୍ୟ ହୋଇ ଯାଇଛି ଭାଗ୍ୟର ବିଡମ୍ବନା ପୁଅ ମା’ ସେବା କରିବା କଥା କିନ୍ତୁ ମା’ ପୁଅର ସେବା କରିବାକୁ ପଡୁଛି । ସରକାରଙ୍କ ତରଫରୁ କେତେ କେତେ ଯୋଜନା ଉପରେ ଆସୁଛି କିନ୍ତୁ ଏମାନଙ୍କ ପରିବାରକୁ ରହିବା ପାଇଁ ଡିହ ଓ ସରକାରୀ ଚିକିତ୍ସାଳୟ ଯଦି ଚିକିତ୍ସା କରାଯାଏ ପୁଅ ଭଲ ହୋଇଯିବ ବୋଲି ଆଶା ବାନ୍ଧି ଘରେ ରହିଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି। ଉକ୍ତ ପରିବାରକୁ କୌଣସି ସରକାରୀ ଚିକିତ୍ସା ସହାୟତା ମିଳିଲେ ତାଙ୍କର ଦୁଃଖ ଦୂର ହେବ ବୋଲି ସେମାନେ କହୀଛନ୍ତି । ଜିଲ୍ଲାପାଳ ଓ ସିଡିଏମଓ ଉକ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଅଂଚଳବାସୀ ଦାବୀ କରୁଛନ୍ତି ।

jayashree
Leave A Reply

Your email address will not be published.