୨ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ : ଡ଼୍ରାଇଭର୍‌ ଫେରାର

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ନଳିନୀ ଛକ ନିକଟରେ ସୋନପୁର ଥାନା ପୁଲିସ ପକ୍ଷରୁ ଏକ ଟ୍ରକ ଉପରେ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ସୂଚନାନୁସାରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ପଟରୁ ସିଜି- ୧୦ ସି ୯୭୬୦ ନମ୍ବର ବିଶିଷ୍ଟ ଏକ ବଡ଼ ଟ୍ରକରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ସୋନପୁର ପୁଲିସ ଗାଡିକୁ ନଳିନୀ ଛକ ନିକଟରୁ କାବୁ କରିଥିଲା । ଗାଡ଼ି ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ସୋନପୁର ପୁଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଗାଡ଼ିରେ ଥିବା ପ୍ରାୟ ୨ କୁଇଣ୍ଟାଲ ୪୦ କେଜି ଗଞ୍ଜେଇ ଜବତ କରାଯାଇଛି । ଘଟଣା ସଂପର୍କରେ ଅଧିକ ତଦନ୍ତ ଜାରି ରଖିଛି ସୁବର୍ଣ୍ଣପୁର ଜିଲ୍ଲା ପୁଲିସ ।

Leave A Reply

Your email address will not be published.