oom

ମରଣ ଯନ୍ତା ପାଲଟିଛି ରାସ୍ତା : ସାଧାରଣରେ ଅସନ୍ତୋଷ

jsmm

ଆଗଲପୁର, (କେପିଏନ୍‌ଏସ୍‌) : ମରଣ ଯନ୍ତା ପାଲଟିଛି ରାସ୍ତା । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ରାସ୍ତା ହେଉଛି ରାଜ୍ ଆଗଲପୁର ବ୍ଲକ ନିକଟସ୍ଥ ହଲଦୀ ପଦରରୁ ନଅଗାଁ(କ) ଗ୍ରାମ ପଞ୍ଚାୟତକୁ ଯିବା ଆସିବା କରିବା ପାଇଁ ସାହା ଭରସା । କିନ୍ତୁ ଦୁଃଖର ବିଷୟ ସ୍ୱାଧୀନତାର ଏତେ ବର୍ଷ ପରେ ବି ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ ।

ଏହି ରାସ୍ତା ଦେଇ ପ୍ରତିଦିନ ପ୍ରାୟ ଶହ ଶହ ଲୋକେ ଯିବା ଆସିବା କରିଥାନ୍ତି ଏବଂ ମୁଖ୍ୟତଃ ନଅଗାଁ(କ) ଗ୍ରାମ ପଞ୍ଚାୟତର ୪ଟା ଗାଁ ଯଥା ହଲଦୀ ପଦର, ଗଣ୍ତପାଲି, ଅଇଁଲାପାଲି ଏବଂ ମୁଣ୍ଡାପାଲି ସଦା ସର୍ବଦା ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ଏହି ରାସ୍ତା ଦେଇ ପିଲାମାନେ ପାଠ ପଢ଼ିବା ପାଇଁ ନଅଗାଁ କଲେଜ ଯାଇଥାନ୍ତି, ପୁଣି ଏହି ରାସ୍ତା ଦେଇ ସାପ୍ତାହିକ ଶନିବାର ବଜାରକୁ ଯିବାକୁ ପଡିଥାଏ । ଚାରୋଟି ଗ୍ରାମର ଗର୍ଭବତୀ ମହିଳା ମାନଙ୍କୁ ଏହି ରାସ୍ତା ଦେଇ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଥାଏ । ଏହି ରାସ୍ତା ଦେଇ ନଅଗାଁ ଗ୍ରାମ ପଞ୍ଚାୟତରେ ମିଲୁଥିବା ଖାଉଟି ରାସନ ଲୋକେ ଆଣିଥାନ୍ତି । ତେବେ ତୁରନ୍ତ ଏହି ରାସ୍ତର ମରାମତି ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.