କଅଁସର ପଞ୍ଚାୟତରେ ମୃତକଙ୍କ ଭତ୍ତା ଟଙ୍କା ହଡପକୁ ନେଇ ଚର୍ଚ୍ଚା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବିଭିନ୍ନ ଯୋଜନାରେ ବ୍ଳକ ପ୍ରଶାସନକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରସ୍କୃତ କରାଯାଉଥିବା ବେଳେ ଦୁର୍ନୀତି ବ୍ଳକ ପ୍ରଶାସନର ପିଛା ଛାଡୁ ନଥିବା ସାଧାରଣରେ ଚର୍ଚ୍ଚା ହେଉଛି । କେତେବେଳେ ମନରେଗା ଯୋଜନା ଦୁର୍ନୀତି ତ କେତେବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ଦୃର୍ନୀତି । ଆଜି ଏମିତି ଏକ ସାଙ୍ଘାତିକ ଅଭିଯୋଗ ହୋଇଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କଅଁସର ପଞ୍ଚାୟତରେ । ସୂଚନା ମୁତାବକ, କେଛୋମୁହାଣ ଗ୍ରାମର କୁମ୍ଭାରୀ ଗହୀର ବାର୍ଦ୍ଧକ୍ୟ ଭତ୍ତା ପାଇ ଆସୁଥିଲେ । ତେବେ ଗତ ୧୨.୦୯.୨୦୨୦ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁର ୨ ମାସ ପୂର୍ବରୁ ତାଙ୍କୁ ଭତ୍ତା ଦିଆଯାଇନଥିଲା । ତାଙ୍କ ମୃତ୍ୟୁ ଖବର ପାଇବା ପରେ ପଞ୍ଚାୟତର ଜୈନକ ପିଅନ ଜଣକ ଭତ୍ତା ଖାତା ମାଗି ନେଇଥିଲେ ।

ଶେଷରେ ପରିବାର ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଥିଲା ଏବଂ ଘଟଣା ସଂପର୍କରେ ଜାଣିବା ଜାଣିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଭିଯୋଗ କରିଛନ୍ତି । ତେବେ ଏହି ପଞ୍ଚାୟତରେ ଅନେକ ଦୃର୍ନୀତି ହେଉଥିବା ସାଧାରଣରେ ଅନେକ ଚର୍ଚ୍ଚା ମଧ୍ୟ ଲାଗି ରହିଛି । ଅନ୍ୟପଟେ ହରି ଶଙ୍କର ବାଗ, ବଡ଼ ବାଗ, ଶ୍ରୀକୃଷ୍ଣ ବାଗ, ମଥା ମତି ହରପାଲଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ଭତ୍ତା ଟଙ୍କା ମଧ୍ୟ ଉଠାଯାଇ ଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ସରତ ସାହୁଙ୍କୁ ପଚାରିବାରୁ ମୁଁ ସେହି ମାସରେ ଉକ୍ତ ପଞ୍ଚାୟତ ନିଯୁକ୍ତି ପାଇଁନଥିବା କହିଛନ୍ତି । ତେବେ ବ୍ଳକ ପ୍ରଶାସନ ପକ୍ଷରୁ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.