csstore

ଜିବିୱାଇଏସ କ୍ଳବ୍ ପକ୍ଷରୁ ୫ ଶହ ଚାରା ରୋପଣ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଭାନପୂରର ଜିବିୱାଇଏସ କ୍ଳବର୍ କର୍ମକର୍ତ୍ତାମାନେ ରବିବାର ଦିନ ନିକଟସ୍ଥ ଜଙ୍ଗଲରେ ବୁଲି ବୁଲି ଗଛ ନ ଥିବା ସ୍ଥାନଗୁଡିକରେ ୫ଶହଟି ଚାରା ରୋପଣ କରିଛନ୍ତି । ଏହା ସହ ଚାରା ଗୁଡ଼ିକର ଯତ୍ନ ମଧ୍ୟ ନେବାକୁ ସ୍ଥିର କରିଛନ୍ତି ।

କ୍ଲବର ପିଣ୍ଟୁ ମହାକୁର, ସୁଦାମ ପାଲଟା, ପାର୍ଥ କରନ, ରିକି ଷାଣ୍ଢ, ଭାଗ ବାଗ, ରାହୁଲ ବାଗ, ପ୍ରଶାନ୍ତ ଜାଲ, ଦିଜ ପାତ୍ର, ଲିପୁନ ଖମାରୀ, ତମର୍ଲୁ ଭାଇ, ଲିଲୁ ମନିରା, ଓମ୍, ମଜ ଭୋଇ, ଜିତୁ ପାତ୍ର, ଲକି ତୁରିଆ ପ୍ରମୁଖ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପୂର୍ବରୁ ମଧ୍ୟ ଏହି କ୍ଳବର ସଦସ୍ୟମାନେ ୧ ହଜାର ଚାରା ରୋପଣ କରି ସାରିଥିଲେ ।

jayashree
Leave A Reply

Your email address will not be published.