csstore

‘ମାସ୍କୋ’ ଓ ‘କାର୍ପ୍’ ପକ୍ଷରୁ ସବୁଜ ବଳୟ ସୃଷ୍ଟି ନିମନ୍ତେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ମାସ୍କୋ’ ଓ ‘କାର୍ପ୍’ ଦ୍ଵାରା ଏକ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ ଫାଷ୍ଟଗେଟ୍ ନିକଟସ୍ଥ ‘ମାସ୍କୋ’ ଓ ‘କାର୍ପ୍’ର ନୂତନ କାର୍ଯ୍ୟାଳୟ ଗୃହ ନିକଟରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ‘ମାସ୍କୋ’ ଓ ‘କାର୍ପ୍‌’ର ଏହି ଜନହିତକର କାର୍ଯ୍ୟକ୍ରମଟିକୁ ଉଚ୍ଚପ୍ରଶଂସା କରି ଉଦ୍ୟକ୍ତାଙ୍କର ଭୂୟସୀ ପ୍ରସଂଶା କରିଥିଲେ ।

ମୁଖ୍ୟ ଅତିଥି ରୂପେ ‘ଓଡ଼ିଶା ମୋ ପରିବାର’ର ଜିଲ୍ଲା-ସଂଯୋଜକ ସୁବାଷ ଚନ୍ଦ୍ର ମହାରଣା ଯୋଗଦେଇ ବୃକ୍ଷ ରୋପଣର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ସମାଜ ସେବୀ ତଥା ପ୍ରକୃତିବନ୍ଧୁ ସମ୍ମାନରେ ସମ୍ମାନୀତ ଡାକ୍ତର ରାମକୃଷ୍ଣ ସାହୁ ଯୋଗଦେଇ ବୃକ୍ଷ ଗୁଡ଼ିକର ଔଷଧୀୟଗୁଣ ସମ୍ପର୍କରେ ଲୋକମାନଙ୍କୁ ବୁଝାଇଥିଲେ । ସମ୍ମାନୀତ ଅତିଥି ଭାବେ ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡାକ୍ତର ପ୍ରଶାନ୍ତ କୁମାର ପତି, ବ୍ରହ୍ମପୁର ଫରେଷ୍ଟର ପ୍ରଦୀପ କୁମାର ପଣ୍ଡା, ଆୟୁର୍ବେଦିକ ଚିକିତ୍ସକ ଡାକ୍ତର ନକୁଳ ସାହୁ, ସୁସାହିତ୍ୟିକା ଶ୍ରୀମତୀ ବନ୍ଦନା ମହାପାତ୍ର, ପୂର୍ବତନ କର୍ପୋରେଟର ଶ୍ରୀମତୀ ମମତା ବିଶୋୟୀ, ଡକ୍ଟର ଶ୍ରୀକାନ୍ତ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣର ଆବଶ୍ୟକତା ସମ୍ପର୍କରେ ଲୋକମାନଙ୍କୁ ବୁଝାଇଥିଲେ ।

ଏହି କାର୍ଯ୍ୟକ୍ରମଟିକୁ ଶ୍ରୀ ସୁନିଲ କୁମାର ସାବତ, ସ୍ମରଣିକା ସାମନ୍ତରାୟ, ସମୀର କୁମାର ବେହେରା, ପପୁନ୍ କୁମାର ମହାରଣା, ପ୍ରକାଶ ଚନ୍ଦ୍ର ବିଶୋୟୀ, ପି. ବୁଦ୍ଧଦେବ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୁର୍ୟୋଧନ ମହାରଣା, ବିଜୟ କୁମାର ପାଣି, ବି. ସରସ୍ଵତୀ ରାଓ, ରାମହରି ସାହୁ, ସୁରେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ଓ ଚାରା ରୋପଣ କରିଥିଲେ । ପ୍ରକାଶ ଥାଉକି ‘ମାସ୍କୋ’ ଓ ‘କାର୍ପ୍ର’ ମିଳିତ ସହଯୋଗରେ ବ୍ରହ୍ମପୁରର ଫାଷ୍ଟଗେଟ୍ ଅଞ୍ଚଳରେ ପ୍ରାୟ ୧୦୦୦ ବୃକ୍ଷ ରୋପଣ କରାଯିବ ବୋଲି ‘ମାସ୍କୋ’ର ସଭାନେତ୍ରୀ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ସାହୁ ମତ ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.