ଡ.ଏପିଜେ ଅବଦୁଲ କାଲାମ ଜନ କଲ୍ୟାଣ ପରିଷଦ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଖଲ୍ଲିକୋଟ ବ୍ଲକର ଭରସା ଗ୍ରାମ ନିକଟସ୍ଥ ପେଟ୍ରୋଲ ପମ୍ପ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ଯଥା ଅଁଳା, ଡାଲିମ୍ବ, ପିଜୁଳି, ଅମୃତଭଣ୍ଡା, ସଜନା ଇତ୍ୟାଦି ବୃକ୍ଷମାନ ରୋପଣ କରାଯାଇଥିଲା । ଖଲ୍ଲିକୋଟ ବନ ବିଭାଗ ଅଧିକାରୀ ସିଦ୍ଧାର୍ଥ ଶଙ୍କର ସାହୁ ବୃକ୍ଷରୋପଣ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଆଇନଜୀବୀ, ସମାଜସେବୀ, ପ୍ରକୃତିବନ୍ଧୁ, ଶିକ୍ଷକ, ଶିକ୍ଷୟତ୍ରୀ ଓ ଜନ କଲ୍ୟାଣ ପରିଷଦର କର୍ମକର୍ତ୍ତା ବୃନ୍ଦ ଯୋଗ ଦେଇଥିଲେ । ବୃକ୍ଷର ଉପକାରିତା ଓ ଅମ୍ଳଜାନର ଆବଶ୍ୟକତା ସଂପର୍କରେ ଆଲୋଚନା କରାଯାଇଥିଲା ।ଉକ୍ତ ପରିଷଦର ଉପଦେଷ୍ଟା ଆଇନଜୀବୀ ରାଜେନ୍ଦ୍ର ପ୍ରସାଦ ରଥ, ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା, ଆଇନଜୀବୀ ବିନାୟକ ସାହୁ, ଗାୟତ୍ରୀ ପରିବାର ରମ୍ଭାର ମୁଖ୍ୟ ପଞ୍ଚାନନ ଖଟୁଆ, ପ୍ରକୃତିବନ୍ଧୁ ଶିକ୍ଷକ ଶେଷଦେବ ବେହେରା, ଲକ୍ଷ୍ମୀପ୍ରିୟା ଆଚାର୍ୟ୍ୟ, ପରିଷଦର ସହ ସଂପାଦିକା ମିତାରାଣୀ ପଟ୍ଟନାୟକ, ସମାଜସେବୀ ପିଙ୍କୁନ ଦାସ, ଅବସର ପ୍ରାପ୍ତ ଶିକ୍ଷକ ବିଭୁତି ଭୂଷଣ ପଣ୍ଡା, ସମାଜସେବୀ ରଶ୍ମିତା ସାହୁ, ଶିକ୍ଷକ ସୁଶାନ୍ତ ଗୌଡ଼, ଫରେଷ୍ଟ ଗାର୍ଡ ପ୍ରକାଶ ନାୟକ, ସମାଜସେବୀ ଧନଞ୍ଜୟ ସାହୁ ଏହି କାର୍ୟ୍ୟକ୍ରମରେ ବୃକ୍ଷ ରୋପଣ କରିଥିଲେ । ଏହି ବୃକ୍ଷରୋପଣ କାର୍ୟ୍ୟକ୍ରମକୁ ଭରସା ଗ୍ରାମବାସୀ ବହୁ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.