csstore

ଯୁବନେତା ଅର୍କେଶଙ୍କ ସଦର ବ୍ଲକର ବିଭିନ୍ନ ଗାଁ ଗସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସଦର ବ୍ଲକର ପୂର୍ବତନ ସରପଞ୍ଚ ତଥା ବିଜେଡିର ବରିଷ୍ଠ ନେତା ସ୍ୱର୍ଗତ ସନ୍ତୋଷ ରାଉତରାୟଙ୍କ ବାସଭବନରେ ତାଙ୍କ ପରିବାର ବର୍ଗଙ୍କୁ ସାକ୍ଷାତ କରି ସମବେଦନା ଜଣାଇଥିଲେ ଯୁବନେତା ଅର୍କେଶ ନାରାୟଣ ସିଂହଦେଓ । ଏହା ପରେ ବ୍ଲକର ବିଭିନ୍ନ ପଞ୍ଚାୟତ ବିଭିନ୍ନ ଗାଁ ବୁଲି କରୋନା ମହାମାରୀରେ ପ୍ରାଣ ହରାଇଥିବା ଚୁଡାପାଲି, ମାୟାବର୍ହା, ଶିବତଲା, ଭୁତିଆରବାହାଲ, କୁଠୁର୍ଲା, କୁଡାସିଂହା ଏବଂ ସିନଖମନ ଗାଁର ଶୋକସନ୍ତପ୍ତ ପରିବାର ମାନଙ୍କୁ ବିଜେଡି ବିଧାୟକ ପ୍ରାର୍ଥୀ ଯୁବନେତା ଅର୍କେଶ ସାକ୍ଷାତ କରି ସମବେଦନା ଜଣାଇବା ସହିତ ଶୋକ ବ୍ୟକ୍ତ କରିବା ପରେ କୁଡାସିଂହା ପଞ୍ଚାୟତ ନୂଆଁପଡା ଗାଁର ଶିବ ମନ୍ଦିର ପ୍ରାଙ୍ଗଣରେ ବନମୋହତ୍ସବ ସପ୍ତାହ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଗସ୍ତ ସମୟରେ ବଲାଙ୍ଗିର ସଦର ବ୍ଲକର ଅଧ୍ୟକ୍ଷ ଗୁଲାପ ବାଗ, ଜିଲ୍ଲା ସାଧାରଣ ସମ୍ପାଦକ କୈଳାଶ ମହାନ୍ତି, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା, ପ୍ରଦ୍ୟୁମ୍ନ ହୋତା, ବିଭୂତି ଭୂଷଣ ମିଶ୍ର, ନିହାର ରଞ୍ଜନ ସ୍ୱାଇଁ, ବ୍ଲକ ଯୁବ ବିଜେଡି ସଭାପତି ଆଶିର୍ବାଦ ସାହୁ, ଗୋବିନ୍ଦ ଚନ୍ଦ୍ର ଶତପଥୀ, ଦୀପକ ପଣ୍ଡା, ବିରସେନ ସାହୁ, ରାକେଶ ବାଗ ପ୍ରମୁଖ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.