oom

ଜନସଂଖ୍ୟା ଦିବସ ପାଳିତ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ଛୋଟ ପରିବାର ସୁଖି ପରିବାର । ୧୯୯୨ ମସିହାରୁ ପ୍ରତିବର୍ଷ ଜୁଲାଇ ୧୧ ତାରିଖକୁ ଜନସଂଖ୍ୟା ଦିବସ ଭାବରେ ପାଳିତ ହୋଇ ଆସୁଛି । ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଡେଙ୍ଗଠାରେ ଜୁନିୟର ରେଡକ୍ରସ ୟୁନିଟ ତରଫରୁ ପ୍ରଧାନ ଶିକ୍ଷକ ବିଶ୍ୱନାଥ ମେହେରଙ୍କ ତତ୍ତ୍ୱାବଧାନରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ସଇଁନ୍ତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ. ବିଶ୍ୱଜିତ ମିଶ୍ର ଓ ସମ୍ମାନିତ ଅତିଥି ଭାବରେ ଡେଙ୍ଗର ଡାକପାଳ ଇଶ୍ୱର ବାଗ ଓ ସମାଜସେବୀ ଗରିବ ମଲ୍ଲିକ ଯୋଗଦାନ କରିଥିଲେ । ପୃଥିବୀ ଆଜି ବିଭିନ୍ନ ଚାପ ଦ୍ୱାରା ଭାରାକ୍ରାନ୍ତ । ବର୍ତ୍ତମାନ ବିଶ୍ୱର ବଡ ଚାପ ହେଲା ଦ୍ରୁତ ଜନସଂଖ୍ୟା ବୃଦ୍ଧି ଯାହାକି ବିଶ୍ୱ ଦେଶ ସମୂହର ପ୍ରଗତିର ଅନ୍ତରାୟ ହୋଇ ଛିଡା ହୋଇଛି । ସାମାଜିକ, ଅର୍ଥନୈତିକ ତଥା ବାସସ୍ଥାନ ଯୋଗାଣ ଓ ପରିବେଶୀୟ ସନ୍ତୁଳନ ଓ ପରିମଳ କ୍ଷେତ୍ରରେ ପ୍ରତିବନ୍ଧକ ମାଇଲଖୁଣ୍ଟ ରୂପେ ଛିଡା ହୋଇଛି । ଏହି ଜନସଂଖ୍ୟା ବୃଦ୍ଧିକୁ କେନ୍ଦ୍ର କରି ବେଳେ ବେଳେ ନୂଆ ସମସ୍ୟା ଦେଖାଯାଉଛି ବୋଲି ଅତିଥିଗଣ ମତପ୍ରକାଶ କରିଥିଲେ । ଚଳିତ ବର୍ଷ ବାର୍ତ୍ତା ହେଉଛି ପରିବାର ନିୟୋଜନ ଏକ ସାମାଜିକ ଦାୟିତ୍ୱ । ପରେ ଶିକ୍ଷକ, ଶିକ୍ଷୟତ୍ରୀ, ସ୍ୱାସ୍ଥ୍ୟ ବିଭାଗର ସହଯୋଗରେ ଗ୍ରାମବାସୀମାନଙ୍କୁ ଘରକୁ ଘର ବୁଲି ଜନସଂଖ୍ୟା ଓ ତାହାର ଚାପ ବିଷୟରେ ସଚେତନତା କରାଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ ଆଦିତ୍ୟ ରଣା, ବ୍ରଜ ମୋହନ ମାଝି, ହିମାଂଶୁ ଶେଖର ବିଶ୍ୱାଲ, ଶିକ୍ଷୟତ୍ରୀ ଗାୟତ୍ରୀ ବାରିକ, କାନ୍ତି ଭୋଇ, ଭାରତୀ ପ୍ରଧାନ, ଦ୍ରୋପଦି ଭୋଇ, ଯଶୋବନ୍ତି ସୁନା, ଅଙ୍ଗନୱାଡି କର୍ମୀ ଲିନୁ ସାହୁ, ସୁବିଧା ମାଝି, ଆଶାକର୍ମୀ ସୂର୍ଯ୍ୟକାନ୍ତୀ ରଣା, ରାଜକୁମାରୀ ରଣା, ଅଙ୍ଗନୱାଡି ସହାୟକ ସାବିତ୍ରି ରଣା ପ୍ରମୁଖ କାର୍ଯ୍ୟକ୍ରମରେ ରହି ଲୋକମାନଙ୍କୁ ସଚେତନ କରିଥିଲେ । ଜୁନିୟର ରେଡକ୍ରସ କାଉନସିଲର ରାମନାରାୟଣ ଦାଶଙ୍କର ସଂଯୋଜନା କାର୍ଯ୍ୟକ୍ରମରେ ସଂସ୍କୃତ ଶିକ୍ଷକ ସୁଦର୍ଶନ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଶିକ୍ଷୟତ୍ରୀ ରେଣୁକା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.