କୃତି ଛାତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ଛଅ ଜଣ କୃତୀ ଛାତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଛଅ ଜଣ ଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଏ ଗ୍ରେଡରେ ପାସ ହୋଇଛନ୍ତି । ସେମାନେ ହେଲେ ଶୁଭ୍ର ଜ୍ୟୋତି ବରାଳ, ସେଲିନା ରାଉତ, ସ୍ୱଧିନା ମିଶ୍ର, ଅରୁଣିମା ବରାଳ, ପାୟଲ ପିୟଦର୍ଶିନୀ ଓ ପ୍ରୀତି ପଦ୍ମା ସାହୁ । ସମ୍ବର୍ଦ୍ଧିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ବାଲୁଙ୍କେଶ୍ୱର ମହାପାତ୍ର, ମୁଖ୍ୟ ବକ୍ତା ବ୍ଳକ ଶିକ୍ଷା ଅଧିକାରୀ ନିରଞ୍ଜନ ପାତ୍ର, ସମ୍ମାନୀତ ଅତିଥି ସିଆରସିସି ପବିତ୍ର କୁମାର ପଣ୍ଡାଯୋଗ ଦେଇ କୃତୀ ଛାତ୍ରୀ ମାନଙ୍କୁ ଉପଢୌକନ ଓ ପଦକ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନୁଷ୍ଠିତ ସମ୍ବର୍ଦ୍ଧିତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିଧକ ଜଳନ୍ଧର ବେହେରା ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କେଦାର ମହାପାତ୍ର ଓ ଆଲୁମିନା କମିଟିର ସଭାପତି ଆସିତ ମିଶ୍ରଙ୍କ ସହିତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ପରିଶେଷରେ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ପାଳନ ଅବସରରେ ଅତିଥି ମାନଙ୍କ ଦ୍ୱାରା ଚାରା ରୋପଣ କରାଯାଇଥିଲା ।

Leave A Reply

Your email address will not be published.