oom

ରମ୍ଭା ସାହିତ୍ୟ ଘରର ପ୍ରଥମ ଭର୍ଚୁଆଲ କବିତା ଆସର

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସାହିତ୍ୟ ଘର ରମ୍ଭା ଏନ୍‌ଏସିର ସଭାପତି ଜୟକୃଷ୍ଣ ତ୍ରିପାଠୀଙ୍କ ସଭାପତିତ୍ୱରେ ସାହିତ୍ୟ ଘର ରମ୍ଭା ଏନ୍‌ଏସିର ପ୍ରଥମ ଭର୍ଚୁଆଲ ଅନଲାଇନ କବିତା ଆସର ସନ୍ଧ୍ୟା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଭର୍ଚୁଆଲ ଅନଲାଇନ କବିତା ଆସରରେ ମୁଖ୍ୟ ଅତିଥି ଭାବେ ପୁରୀ ଏସ୍‌ସିଏସ୍‌ କଲେଜର ରାଜନୀତି ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ସୁକାନ୍ତ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବେ ଗଞ୍ଜାମ ବ୍ଲକ ସାହିତ୍ୟ ଘରର ସଭାପତି ବିଜୟ କୁମାର ବିଶ୍ୱାଳ, ମୁଖ୍ୟ ବକ୍ତା ଭାବେ ରମ୍ଭା ନଗରର ପୂର୍ବତନ ନଗରପାଳ ତଥା ବରିଷ୍ଠ କବି ସୁବାସ ଚନ୍ଦ୍ର ପଣ୍ଡା ଅଂଶଗ୍ରହଣ କରି ଓଡ଼ିଆ ସାହିତ୍ୟର ପୃଷ୍ଠଭୂମି, କରୋନା ସମୟରେ କବିତା ଲିଖନ ଓ କାବିକ ଦିଗ ଗୁଡ଼ିକ ଉପରେ ନିଜ ନିଜର ମତାମତ ରଖିଥିଲେ । ଏହି କବିତା ଆସରରେ ଗୁଗଲ ମିଟ ମାଧ୍ୟମରେ ବିଭିନ୍ନ ଅଞ୍ଚଳରୁ କବି ଓ କବୟିତ୍ରୀ ଯଥା ଆଲୋକ ରଞ୍ଜନ ନାହାକ, ସୀତାରତ୍ନମାଳା ବେହେରା, କେଶବ ଚନ୍ଦ୍ର ସାହୁ, ପଞ୍ଚାନନ ଖଟୁଆ, ଶେଷଦେବ ବେହେରା, ଜୟକୃଷ୍ଣ ତ୍ରିପାଠୀ, ବଟକୃଷ୍ଣ ତ୍ରିପାଠୀ, ଗଣେଶ ଚନ୍ଦ୍ର ବେହେରା, ବସନ୍ତ ସାସମଲ,ସୁବାଷ ଚନ୍ଦ୍ର ପଣ୍ଡା ଭବାନୀ ପଣ୍ଡା, ବିଜୟ କୁମାର ବିଶ୍ୱାଳ, ମମତା ରାଣୀ ମିଶ୍ର, ସାର୍ଥକ କୁମାର ନାଏକ ଆଦି ସ୍ୱରଚିତ କବିତା ପଠନ କରିଥିଲେ । ଏହି ଆସରର ଉଦଘୋଷିକ ଭାବେ ଯୋଗ ଦେଇଥିବା ଗୋପାଳ କୃଷ୍ଣ ବିଜ୍ଞାନ ମହାବିଦ୍ୟାଳୟ ସୁବଳୟାର ଓଡ଼ିଆ ବିଭାଗର ଅଧ୍ୟାପିକା ଜ୍ୟୋସ୍ନା କୁମାରୀ ପ୍ରଧାନ କବିତା ଗୁଡ଼ିକୁ ସଂଯୋଜନା କରିଥିବା ବେଳେ ଗଞ୍ଜାମ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ ଲକ୍ଷ୍ମୀ ନାରାୟଣ ପଣ୍ଡା ସମୀକ୍ଷକ ଭାବେ ଯୋଗ ଦେଇ କବିତା ଗୁଡ଼ିକୁ ପର୍ଯ୍ୟାୟ କ୍ରମେ ସମୀକ୍ଷା କରିଥିଲେ । ସାହିତ୍ୟ ଘର ରମ୍ଭାର ସହ ସଂପାଦକ ବଟକୃଷ୍ଣ ତ୍ରିପାଠୀ ବୈଷୟିକ ସହାୟତା ମାଧ୍ୟମରେ ପରିଚାଳନା କରିଥିବା ବେଳେ ସଭାପତି ଜୟକୃଷ୍ଣ ତ୍ରିପାଠୀ କବିତା ଆସରରେ ଯୋଗ ଦେଇଥିବା ଅତିଥି ତଥା ସମସ୍ତ ସାରସ୍ୱତ ସାଧକ ସାଧିକା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.