ବନାଂଚଳ ପକ୍ଷରୁ ଖୋଲିଲା ଚାରା ବିତରଣ କେନ୍ଦ୍ର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବନାଂଚଳ ପକ୍ଷରୁ ହାଟ ଡେଲାଙ୍ଗ ଠାରେ ମାଗଣା ଚାରା ବିତରଣ କେନ୍ଦ୍ର ଖୋଲାଯାଇଛି । ଖୋର୍ଦ୍ଧା ବନଖଣ୍ଡ ଅଧକାରୀଙ୍କ ନିଦ୍ଦେର୍ଶକ୍ରମେ ରେଞ୍ଜର ନିରଞ୍ଜନ ମହାପାତ୍ର, ଫରେଷ୍ଟର ପ୍ରଭାକର ଦଳେଇ, ଫରେଷ୍ଟଗାର୍ଡ ବାବୁଲି ରଣା ଓ ଶମିଷ୍ଠା ନନ୍ଦ ପ୍ରମୁଖଙ୍କ ଉପସ୍ଥିତିରେ ଆଜି ପ୍ରଥମ ଦିନରେ ଚାରା ବିତରଣ କରାଯାଇଛି । କରଞ୍ଜ, ଜାମୁ, ଶିଶୁ, ଅର୍ଜ୍ଜୁନ, ପଣସ, ନିମ୍ବ ଆଦି ଚାରା ଉପଲବ୍ଧ ରହିଥିବା ବେଳେ ଏହି ମାଗଣା ଚାରା ବିତରଣ କେନ୍ଦ୍ର ସାତଦିନ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ବନ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି ।

Leave A Reply

Your email address will not be published.