ବନ ମହୋତ୍ସବ ଓ ବୃକ୍ଷ ରୋପଣରେ ସାମିଲ ହେଲେ ଆଦିବାସୀ : ଜଙ୍ଗଲ ସୁରକ୍ଷା ପାଇଁ ଆହ୍ୱାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ଵାରା ଆହୁତ ବନମହୋତ୍ସବ ସପ୍ତାହ କାର୍ଯ୍ୟକ୍ରମ ଅନୁସାରେ ପାଟଣାଗଡ଼ ବନାଞ୍ଚଳ, ବେଲପଡା ସେକସନ ଦ୍ଵାରା ଆୟୋଜିତ ବନ ମହୋତ୍ସବରେ ବେଲପଡା ଆଦିବାସୀ କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଠୁଟିକୁଢେର ସଂରକ୍ଷିତ ଜଙ୍ଗଲ ସ୍ଥିତ ବାଞ୍ଜିଡୁଙ୍ଗୁରୀ ସେଣ୍ଟ୍ରାଲ ନର୍ସରୀ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ବନ ମହୋତ୍ସବରେ ବେଲପଡା ତହସିଲଦାର ଶ୍ରୀମତୀ ପ୍ରଶାନ୍ତୀ ପ୍ରଧାନ ମୁଖ୍ୟଅତିଥି, ବିଡିଓ ଭିକ୍ଟର ସୋରେନ, ଗୋଷ୍ଠୀ ଶିକ୍ଷା ଅଧିକାରୀ ବୈକୁଣ୍ଠ ଶବର, ଭାର ପ୍ରାପ୍ତ ଥାନା ଅଧିକାରୀ ବୁଲୁ ମୁଣ୍ଡା, ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ଏବିଡିଓ ଜଗବନ୍ଧୁ ମାଝୀ, କପାଣି ସରପଞ୍ଚ ହେମାଞ୍ଜଳୀ ଧରୁଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । ଜଙ୍ଗଲ ବିଭାଗ ପକ୍ଷରୁ ପାଟଣାଗଡ଼ ରେଞ୍ଜର ରାଜକିଶୋର ଭୋଇ, ଫରେଷ୍ଟର ରଞ୍ଜିତ ସିଂ ବାବୁ ମହୋତ୍ସବକୁ ପରିଚାଳନା କରିଥିଲେ । ପ୍ରାକୃତିକ ଜଙ୍ଗଲ ସୁରକ୍ଷା, ନୂତନ ଜଙ୍ଗଲ ସୃଷ୍ଟି, ପଥପାର୍ଶ୍ଵ ବନୀକରଣ, ଜଙ୍ଗଲ ପୋଡ଼ି ନିରାକରଣ, ବନ୍ୟ ପ୍ରାଣୀ ମାନଙ୍କ ପିଇବା ପାଣିର ବ୍ୟବସ୍ଥା ପାଇଁ ଜଙ୍ଗଲ ମଧ୍ୟରେ ଜଳାଶୟ ବ୍ୟବସ୍ଥା, ଜୀବ ଜଗତର ସୁରକ୍ଷା, ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ ସୁରକ୍ଷା ହିଁ ଅପରିହାର୍ଯ୍ର ଏବଂ ଏକମାତ୍ର ବିକଳ୍ପ ବୋଲି ବନ ମହୋତ୍ସବରେ ଯୋଗଦେଇ ଥିବା ମୁଖ୍ୟଅତିଥି ଓ ଅତିଥି ମାନେ ମତ ପ୍ରକାଶ କରିଥିଲେ । ଜନ ସଚେତନତା ସୃଷ୍ଟି ପାଇଁ ପ୍ରତ୍ୟେକ ଗ୍ରାମରେ ସଚେତନତା ସଭା କରିବାକୁ ବକ୍ତା ମାନେ ଆହ୍ୱାନ କରିଥିଲେ । ଜଙ୍ଗଲ ଧ୍ୱଂସ ହେଲେ ଜୀବ ଜଗତ ଧ୍ୱଂସ ‌ ହୋଇଯିବ ବୋଲି ଅତିଥି ଗଣ ଚିନ୍ତା ପ୍ରକଟ କରିଥିଲେ । ଏହି ବନମହୋତ୍ସବ କାଯ୍ୟକ୍ରମରେ ଡମ୍ବରୁ ଧରୁଆ, ଗନ୍ଧର୍ବ ମାଝୀ, ଭୁପାଲ ସିଂ ବିଶ୍ଵାଳ, ଗୋପାଳ ନାଗ, ଅନୁଜ ସିଂ ମାଝୀ, ସୁରେଶ ମାଝୀ, ଦୂର୍ବାଶା ମଲିକ, ଧବଲେଶ୍ଵର ରାଉତ, ଦୁଃଖନାଶନ ବିଶ୍ଵାଳ, ନୀଳୁ ବରିହା, ରାଜେନ୍ଦ୍ର ଧରୁଆ, ଘନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.