ରାଜ୍ୟ ସ୍ତରୀୟ ଅନ୍ଲାଇନ୍ ଫାଇନ୍ ଆର୍ଟ ପ୍ରତିଯୋଗିତା : ରଥଯାତ୍ରା ପ୍ରଦର୍ଶନୀରେ ପ୍ରଦର୍ଶିତ ହେବ ବଲାଙ୍ଗିର ଶିଳ୍ପୀଙ୍କ ଚିତ୍ର
ବଲାଙ୍ଗିର, (କେପିଏନ୍ଏସ୍) : ରାଜ୍ୟ ସ୍ତରୀୟ ଅନ୍ଲାଇନ୍ ଫାଇନ୍ ଆର୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଗ୍ରାଫିକ୍, ପେଟିଂ, ପାରଂପାରିକ ଚିତ୍ର ବିଭାଗର ୧୦୦ ଜଣ ଶିଳ୍ପୀ ମୋନନୀତ ହୋଇ ଭାଗ ନେଇଥିଲେ । ଚିତ୍ର କଳାର ସମସ୍ତ ବିଭାଗରେ ଏତେ ଶିଳ୍ପୀଙ୍କୁ ନେଇ ଓଡିଶା ଲଳିତ କଳା ଏକାଡେମୀ ପକ୍ଷରୁ ଏହା ଏକ ନିଆରା କାର୍ୟ୍ୟକ୍ରମ । ଏଥିପାଇଁ ୫୦୦ ଶହରୁ ଉର୍ଦ୍ଧ୍ବ ଶିଳ୍ପୀ ଆବେଦନ କରିଥିଲେ । ସେଥି ମଧ୍ୟରୁ ୧୦୦ଜଣ ମୋନନୀତ ହୋଇଥିଲେ । ସେ ମଧ୍ୟରୁ ବଲାଙ୍ଗିରର ଚାରି ଜଣ ଶିଳ୍ପୀ ମୋନନୀତ ହୋଇଥିଲେ । ଶିଳ୍ପୀ ମାନଙ୍କ ଚିତ୍ର ସବୁ ସଂଗ୍ରହ କରି ଭୂବନେଶ୍ୱରରେ ରଥଯାତ୍ରା ପାଇଁ ଅନୁଷ୍ଠିତ ହେବାକୁ ଥିବା ଏକ ପ୍ରଦର୍ଶନୀରେ ପ୍ରଦର୍ଶିତ ହେବ । ଏହା ଆସନ୍ତା ୯ ତାରିଖ ଠାରୁ ଆରମ୍ଭ ହେବାର ଯୋଜନା ରହିଛି । ଯେଉଁ ଶିଳ୍ପୀମାନଙ୍କ ଚିତ୍ର ମନୋନୀତ ହୋଇଛି, ସେମାନେ ହେଲେ ମନୋଜ କୁମାର ଷାଣ୍ଢ , ଭଏଁସା, ପାଟଣାଗଡ, ଶିଳ୍ପୀ ବାସୁଦେବ ମେହେର, ବଲାଙ୍ଗିର, ସରୋଜ କୁମାର ମହାପାତ୍ର, ବଲାଙ୍ଗିର ଓ ଶିଳ୍ପୀ ପ୍ରକାଶ କୁମାର ସାହୁ , ଲୋଇସିଙ୍ଗା ।