pr

ଉତ୍ପାଦନକାରୀ କମ୍ପାନୀ ଏବଂ ଗ୍ରାମୀଣ ଜୀବିକା ମିଶନର ବାର୍ଷିକ ଯୋଜନା ବୈଠକ

dr. purohit

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ମୁଖ୍ୟତଃ କୃଷି, ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ଓ ହସ୍ତତନ୍ତକୁ ଜୀବନ ଜୀବିକା ଭାବେ ଗ୍ରହଣ କରି ଚଳୁଛନ୍ତି । ତାଙ୍କ ଏହି ଜୀବିକା କିପରି ଭାବେ ପରବର୍ତ୍ତୀ ସୋପାନକୁ ନେଇ ଉତ୍ପାଦନକାରୀ ମାନଙ୍କୁ ଦୀର୍ଘ ସ୍ଥାୟୀ ଜୀବିକା ଦିଆଯାଇ ପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ମୋନିଷା ବାନାର୍ଜୀ ତାଙ୍କ ପ୍ରଥମ ବୈଠକରେ ଆହ୍ୱାନ କରିଥିଲେ । ଆଜି ଜିଲ୍ଲା ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷଠାରେ ଉତ୍ପାଦନକାରୀ କମ୍ପାନୀ ଏବଂ ଗ୍ରାମୀଣ ଜୀବିକା ମିଶନର ବାର୍ଷିକ ଯୋଜନାର ବୈଠକ ଆୟୋଜିତ ହୋଇଥିଲା । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଆଗାମୀ ଦିନରେ ବରଗଡ଼ ଜିଲ୍ଲାର ଚାଷୀ ଏବଂ ହସ୍ତତନ୍ତ କାରିଗରଙ୍କ ପାଇଁ ନୂତନ ଯୋଜନା ଗୁଡିକ କିପରି ସଫଳ ରୂପାୟନ ହୋଇ ପାରିବ ସେଥିପ୍ରତି ବିଭାଗୀୟ ଅଧିକାରୀ ଏବଂ ଉତ୍ପାଦକ ଗୋଷ୍ଠୀ ମାନଙ୍କ ଉଦ୍ୟୋଗ ମିତ୍ର, ନବ ଗଠିତ କମ୍ପାନୀର ବୋର୍ଡ଼ ଅଫ ଡାଇରେକ୍ଟରଙ୍କୁ ଦୃଷ୍ଟି ଦେବାକୁ କହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଉତ୍ପାଦକଙ୍କ ସଦସ୍ୟ ମାଲିକାନା, ଉତ୍ପାଦକ ସଂଗଠନ କିମ୍ବା ଉତ୍ପାଦକ କମ୍ପାନୀର ସଂଗୃହିତ କାରବାରର ମୂଳ ଉଦ୍ଦେଶ୍ୟ ହେଉଛି ଲାଭ ବୃଦ୍ଧି କରିବା । ବୈଠକରେ ଜିଲ୍ଲାରେ ଧାନ ବ୍ୟତୀତ ବିଭିନ୍ନ ଲାଭକାରୀ ଫସଲ ଯଥା ମାଣ୍ଡିଆ, ଛତୁ, ଜୈବିକ ସାର ପ୍ରୟୋଗରେ ପନିପରିବା ଚାଷ କରିବାକୁ ଆଲୋଚନା ହୋଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ କୃତିବାସ ରାଉତ, ଡିପିଏମ ଓ ଏଲଏମ ଶଙ୍କର ଜଲାନ, ଓରମାସର ଅଧିକାରୀ ରାଜଗୋପାଳ ଦାସ, ପ୍ରଭାତ କୁମାର ସାହୁ ବିଜେ ଆଲୋଚନା ଅଂଶ ଗ୍ରହଣ କରିଥିଲେ । ଶେଷରେ ଏପିଡି ସୁନୀଲ କେରକେଟା ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.