ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କୋଭିଡ କଟକଣା ପାଳନ କରି ଡେଲାଙ୍ଗ ବ୍ଲକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଭା, ଡଁପୁର ପକ୍ଷରୁ ଆନ୍ତର୍ଜାତିକ ନିଶା ମୁକ୍ତି ଓ ଅବୈଧ ତସ୍କରୀ ଦିବସ -୨୦୨୧ ଅବସରରେ ନିଶା ନିବାରଣ ସଚେତନତା କର୍ମଶାଳା ଅନୁଷ୍ଠିିତ ହୋଇଯାଇଛି । ଏଥିରେ ଆଭା ଅନୁଷ୍ଠାନର ସଭାପତି ସୁଧିର ଚନ୍ଦ୍ର ଦାଶ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ବିଡିଓ ଦିଲ୍ଲିପ କୁମାର ଷଡଙ୍ଗୀ ଓ ସମ୍ମାନିତ ଅତିଥି ରୂପେ ସମାଜସେବୀ ଡା. କ୍ଷେତ୍ରବାସୀ ପ୍ରଧାନ ପ୍ରମୁଖ ଯୋଗ ଦେଇ ନିଶା ସେବନରେ ଜନ ଓ ଧନ ଉଭୟ କ୍ଷତି ହେବା ସହ ଏହାର ଭୟବହତା ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାର ସମ୍ପାଦକ ଦୁର୍ଯୋଧନ ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ମଖ୍ୟ ସଂଯୋଜିକା ସୁମିତ୍ରା ସାହୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଉପସସ୍ଥାପନା କରିଥିଲେ । ଚଳିତ ବର୍ଷ ଡେଲାଙ୍ଗ ବ୍ଲକର ସର୍ବନିମ୍ନ ଗୋଟିଏ ଗାଁକୁ ନିଶା ମୁକ୍ତ କରିବା ପାଇଁ ନିଷ୍ପତି ହୋଇଥିଲା । ଶେଷରେ ସହ ସଂପାଦକ ବାଲୁଙ୍କେଶ୍ୱର ପରିଡା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
Prev Post