ଦେଓଗାଁ ଥାନାକୁ ପୁରିଲା ଦୁଇ ବର୍ଷ

  • ଏବେବି ଫାଣ୍ଡି କୋଠାରେ ଚାଲିଛି ଥାନା, ଥାନାର ନିଜସ୍ଵ କୋଠା ନିର୍ମାଣ କେବେ?
  • ମଞ୍ଜୁରୀ ପାପ୍ତ ଅଫିସର ସଂଖ୍ୟା ୭ ହେଲେ ଅଛନ୍ତି ମାତ୍ର ୨
    ଦେଓଗାଁ, (ମନୀଷ କୁମାର ସାହୁ) : ଠିକ୍‌ ଦୁଇବର୍ଷ ତଲେ ଅର୍ଥାତ୍‌ ୧୯।୬।୧୯ରେ ଦେଓଗାଁ ପୁଲିସ ଫାଣ୍ଡିକୁ ସ୍ୱତନ୍ତ୍ର ଥାନାର ମାନ୍ୟତା ଦିଆଯାଇଥିଲା । ଏହି ତୁଷୁରା ଥାନା ଅଧିନରେ ଥିବା ବନ୍ଧପଡ଼ା ଫାଣ୍ଡିକୁ ଦେଓଗାଁ ଥାନା ଅଧିନରେ ରଖାଯାଇଥିଲା । ଦେଓଗାଁ ବ୍ଳକର ମୋଟ ୨୬ଟି ପଞ୍ଚାୟତରୁ ୨୨ଟି ପଞ୍ଚାୟତ ଓ ବଳାଙ୍ଗିର ସଦର ବ୍ଳକର ୬ଟି ପଞ୍ଚାୟତ ମୋଟ ୧୨୭ଟି ଗାଁକୁ ନେଇ ଦେଓଗାଁ ଥାନାର ମାନ୍ୟତା ଦିଆଯାଇଥିଲା । ଦୁଇବର୍ଷ ତଳେ ଉଦଘାଟନରେ ଅତିଥି ଭାବେ ଯୋଗଦେଇଥିବା ମନ୍ତ୍ରୀ ଟୁକୁନି ସାହୁ, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ବ୍ଲକ ଅଧ୍ୟକ୍ଷା ରୀନା ମେହେର ତଥା ଆରକ୍ଷି ଉପମହାନିରୀକ୍ଷକ (ଉତ୍ତରଞ୍ଚଳ) ସମ୍ବଳପୁର ସତ୍ୟବ୍ରତ ଭୋଇ ଅଞ୍ଚଳର ବୁଦ୍ଧିଜୀବୀଙ୍କ ସମ୍ମୂଖରେ ଦେଓଗାଁ ଥାନାକୁ କମ୍‌ଦିନ ମଧ୍ୟରେ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଗୋଟିଏ ଥାନା ପାଇଁ ମଞ୍ଜୁରୀ ପ୍ରାପ୍ତ ପଦବୀ ସଂଖ୍ୟା ୭ ଅଧିକାରୀ ସହ ମୋଟ କର୍ମଚାରୀ ସଂଖ୍ୟା୨୮ । ଯଥା ଜଣେ ଆଇଆଇସି, ୩ଜଣ ସବଇନିସପେକ୍ଟର, ୩ଜଣ ଏଏସଆଇ, ୨ଜଣ ଆବିଲଦାର, ୧୮ଜଣ କନଷ୍ଟବଲ ଓ ଜଣେ ସହକାରୀ ଗାଡ଼ି ଡ୍ରାଇଭର ହେଲେ ଥାନା ମାନ୍ୟତାର ୨ ଦୁଇବର୍ଷ ପରେ ଜଣେ ଆଇଆଇସି, ମାତ୍ର ଜଣେ ସବଇନିସପେକ୍ସର, ୨ ଜଣ ହାବିଲଦାର,୧୦ ଜଣ କନଷ୍ଟବଲ । ଏହା ସହ ଦେଓଗାଁ ଥାନାରେ ଥିବା ମୋଟ ୧୬ଜଣ ହୋମଗାର୍ଡ଼ ମଧ୍ୟରୁ ଜଣେ ମୃତ୍ୟୁବରଣ କରିଥିବା ବେଳେ ଜଣେ ଚାକିରି ଛାଡ଼ିଥିବା ଜଣାପଡ଼ିଛି ।
    ଯଦିଓ ବଲାଙ୍ଗିର ଜିଲ୍ଲାର ଦେଓଗାଁ ଥାନା ହେଉଛି ଅତି ସମ୍ବୋଦନଶୀଳ ଥାନା ତଥାପି ଫାଣ୍ଡି କୋଠାରେ ଚାଳଇଛି ଅଫିସ କାମ । ଥାନାକୁ ଅସି ଅପେକ୍ଷା କରିବା ପାଇଁ ଥିବା କୋଠରୀରେ ରହୁଛନ୍ତି କର୍ମଚାରୀ । ଦେଓଗାଁ ଥାନା ଅଧିନରେ ଜାତୀୟ ରାଜପଥ ଓ ସୁଦୂର ବନ୍ଧପଡ଼ା ଫାଣ୍ଡି ଥିବାରୁ କେସ ସଂଖ୍ୟା ମଧ୍ୟ ବହୁତ ବେଶୀ । ୨୦୧୯ରେ ୬ ମାସରେ ୟୁଡ଼ି ଓ ମିସିଙ୍ଗ କେଷକୁ ବାଦ ଦେଲେ କେଷ ସଂଖ୍ୟା ୧୩୦ ଥିବା ବେଳେ ଗତ ୨୦୨୦ରେ ୨୯୭ ଓ ଚଳିତ ବର୍ଷ ମାତ୍ର ୬ ମାସରେ ଅର୍ଥାତ ୧୯ ତାରିଖ ସୁଦ୍ଦା ୧୨୬ଟି କେସ ରୁଜୁ କରାଯାଇଛି । ଥାନାରେ କର୍ମଚାରୀ ଅଭାବ ସହ ଅଫିସ କୋଠା ଏବଂ ଅଧିକାରୀ ଓ କର୍ମଚାରୀ ରହିବା ପାଇଁ କୋଠା ନଥିବାରୁ ପୁଲିସ ଅଧିକାରୀମାନଙ୍କୁ ଜନସାଧାରଣ ଦ୍ୱାରା ହିନସ୍ଥା ହେବାକୁ ପଡ଼ୁଛି । ଯଥା ଅନେକ ସମୟରେ ଚୋରା ମଦ କାରବାରକୁ ରୋକଯାଇ ପାରୁ ନାହିଁ ତ କେତେ ବେଳେ ଆତ୍ମ ସମର୍ପଣ କରିବାକୁ ଆସିଥିବା ଅଭିଯୁକ୍ତ ଫେରାର ହେଉଛି । ଶୁଣିବାକୁ ମିଳୁଛି ଯେ, ଦେଓଗାଁ ଥାନାର ଅଫିସ କୋଠା ଓ କର୍ମଚାରୀ ରହିବା ପାଇଁ ନିର୍ମାଣ କରିବାକୁ ଅନୁଦାନ ଆସିଥିଲେ ମଧ୍ୟ କୌଣସି କାରଣରୁ କାମ ଆରମ୍ଭ ହେଉନାହିଁ । କୋଠା ଅଭାବରୁ ପ୍ରତିଦିନ ଥାନାକୁ ଯାଉଥିବା ଲୋକ ମୋ ସରକାର ଯୋଜନାରେ ପାଉଥିବା ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ତେଣୁ ଦେଓଗାଁ ଥାନାରେ ନୁଆଁ କୋଠା ନିର୍ମାଣ କରିବା ପାଇଁ ଆସିଥିବା ଅନୁଦାନ ତୁରନ୍ତ ବିନିୟୋଗ କରିବା ସହ ସମସ୍ତ ସୁବିଧା ସୁଯୋଗ ଦେବାକୁ ସ୍ଥାନୀୟ ଲୋକମାନେ ଦାବୀ କରୁଛନ୍ତି ।
Leave A Reply

Your email address will not be published.

thirteen − 10 =

error: Content is protected !!